ଓଡିଶା

କୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫ

ବଲାଙ୍ଗୀର ସଦର ପୋଲିସ ପକ୍ଷରୁ କୁଟୁରାପାଲି ଗ୍ରାମର ଧିରୁ ଥାନାପତିଙ୍କ କୁକୁଡ଼ା ଫାର୍ମରେ ଚାଲୁଥିବା ଜୁଆ ଅଡ୍ଡାରେ ଆକସ୍ମିକ ଚଢ଼ାଉ କରାଯାଇ ୧୭ ଜଣ ଯୁଆଡ଼ିଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର SDPO ସାମ୍ବାଦିକ ସମ୍ମିଳନୀରେ ଏହା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ଦେଇଛନ୍ତି । ଦୀର୍ଘଦିନ ଧରି ଚାଲୁଥିବା ଏହି ଅବୈଧ ଜୁଆ ଖେଳ ସମ୍ବନ୍ଧରେ ସୁଚନା ମିଳିବା ପରେ SPଙ୍କ ନିର୍ଦ୍ଦେଶରେ ସଦର ପୋଲିସ IIC ରାଜକୁମାର ବିଶ୍ୱାଳଙ୍କ ନେତୃତ୍ବରେ ଏକ ବିଶେଷ ଟିମ ଚଢ଼ାଉ କରିଥିଲା। ଉକ୍ତସ୍ଥାନରୁ ୧୭ ଜଣ ଯୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଚକ୍ରନ୍ତକାରୀ ମାଷ୍ଟରମାଇଣ୍ଡ ସହିତ ଅନ୍ୟ କେତେକ ଅଭିଯୁକ୍ତ ଫେରାର ମାରିଛନ୍ତି l ଚଢ଼ାଉ ସମୟରେ 1ଟି କାର, 12ଟି ବାଇକ, 15ଟି ମୋବାଇଲ ଫୋନ ଓ ନଗଦ 1,49,470 ସହିତ ଜୁଆ ଖେଳ ସାମଗ୍ରୀ ଜବତ କରିଛି ପୋଲିସ l ଗିରଫ ହୋଇଥିବା ସମସ୍ତଙ୍କ ବିରୁଦ୍ଧରେ ଆଇନାନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଫେରାର ଅଭିଯୁକ୍ତମାନେଙ୍କୁ ଧରିବା ପାଇଁ ବଲାଙ୍ଗୀର ପୋଲିସ ତଦନ୍ତ ଜୋରଦାର କରିଛି।

Related posts

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

mahabharatanews

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews