କଟକ: କଟକ ନୟାସଡକସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା ଆଇଆଇଏଫଏଲରୁ ୧୨ କୋଟି ଟଙ୍କା ଲୁଟ ଘଟଣାରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ଲୁଟ ଘଟଣାରେ ସଂସ୍ଥାର ଆହୁରି ଅନେକ ଅଧିକାରୀ ସମ୍ପୃକ୍ତ ଅଛନ୍ତି । ତେବେ ସବୁଠାରୁ ବଡ କଥା ଏହି ଲୁଟର ମାଷ୍ଟରମାଇଣ୍ଡ ଥିଲେ ଆଇଆଇଏଫଏଲର ଜଣେ ଲେଡି ଅଫିସର । ଲେଡି ଅଫିସଚୁ ପୁଲିସ ଜେରା କରୁଥିବା ସୂଚନା ମିଳିଛି।
ଆଇଆଇଏଫଏଲରେ ଏକ ଉଚ୍ଚ ପଦରେ ଥିବା ଏହି ଲେଡି ଅଫିସର ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଲୁଟର ଯୋଜନା ବୁଝାଇବା ସହ ଲଟର ଭାର ଦେଇଥିଲେ । ଲାଲ ଏଥିରେ ତାର ଭାଇ ଓ ଅନ୍ୟ ଜଣକୁ ସାମିଲ କରିଥିଲା ।
SR