ଭାରତ

ନିର୍ବାଚନ ଲଢ଼ିବେ ଲାଲୁ ଯାଦବଙ୍କ ଦୁଇ ଝିଅ 

(ଦିଲ୍ଲୀ) : ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ଝିଅ ମିସା ଭାରତୀ ଏବଂ ରୋହିଣୀ ଆଚାର୍ଯ୍ୟ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ‘ଭାରତ’ ମିଳିତ ମଞ୍ଚରେ ଆସନ ବାଣ୍ଟିବାର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ମଧ୍ୟ ଦଳର ପ୍ରାର୍ଥୀଙ୍କ ନାମ ଆରଜେଡି ଚୂଡାନ୍ତ କରିଛି । ଲାଲୁ ଓ ତାଙ୍କ ପତ୍ନୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଶେଷରେ ନିଜ ଝିଅଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି ଏବଂ ଦଳର ଅନେକ ବିଧାୟକଙ୍କୁ ଅଣଦେଖା କରିଛନ୍ତି ।

ସୂଚନାନୁଯାୟୀ , ସଂପ୍ରତି ଆରଜେଡିର ରାଜ୍ୟସଭା ସାଂସଦ ଥିବା ମିସା ଭାରତୀ ପାଟନାର ପାଟଲିପୁତ୍ର ଲୋକସଭା ଆସନରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ସେ ରାଜନୀତିରେ ନୂଆ ନୁହଁନ୍ତି ଏବଂ ୨୦୧୪ ଓ ୨୦୧୯ରେ ଏହି ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ରାମ କ୍ରିପାଲ ଯାଦବଙ୍କ ଠାରୁ ଯଥାକ୍ରମେ ୩୮,୦୦୦ ଓ ୩୯,୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ । କେଜ୍ରିୱାଲ୍ ମୋଦୀଙ୍କର ‘କାଳ’ ଅନ୍ୟପଟେ ଆଗାମୀ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱିତୀୟ ଝିିଅ ରୋହିନୀ ଆଚାର୍ଯ୍ୟ ମଧ୍ୟ ଏଥର ନିର୍ବାଚନ ମଇଦାନରେ ରହିବେ ।

Related posts

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଭାରତୀୟ ବିଏସଏଫ୍ ହାତରେ ଲାଗିଲା ପାକିସ୍ତାନ ଡ୍ରୋନ

mahabharatanews

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

mahabharatanews