ଓଡିଶା

୧୯ରୁ ବଢିବ ବର୍ଷା

(ଭୁବନେଶ୍ୱର): ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେତୁ ପ୍ରବଳ ବର୍ଷା ହୋଇଯାଇଛି। ଘୂର୍ଣ୍ଣିବଳୟଟି ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହି କାରଣରୁ ଆସନ୍ତା ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ୧୯ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ ,ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।  ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ୨୦ରୁ ୨୨ ତାରିଖ ଭିତରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। ସାଧାରଣ ଭାବେ ୨୦ରୁ ୨୨ ତାରିଖ ମଧ୍ୟରେ ମଧ୍ୟମ ଓ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୨୦ ତାରିଖ ରାତିରୁ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପରିମାଣ ଉତ୍ତର ଉପକୂଳରେ କମ୍ ହୋଇପାରେ। ତେବେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବର୍ଷା ପୁଣି ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି, ଲଘୁଚାପଟି ୨୧ ତାରିଖରେ ରାଜ୍ୟର ସ୍ଥଳଭାଗରେ ପହଞ୍ଚି ପଶ୍ଚିମମୁହାଁ ହେବ। ୨୨ ତାରିଖରେ ବିସ୍ତୃତ ରୂପ ନେବ।

Related posts

କରୋନା ହାରିବ ଗଞ୍ଜାମ ଜିତିବ: ଜିଲ୍ଲାପାଳ

mahabharatanews

ଇବ୍ ନଦୀରୁ ମିଳିଲା ନିଖୋଜ ୩ ଜଣଙ୍କ ମୃତଦେହ 

mahabharatanews

ମହାପ୍ରଭୁ ସ୍ନାନପୂଣ୍ଣିମା ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି

mahabharatanews