(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ତିରୁପତି ଅନ୍ତର୍ଗତ ପ୍ରସିଦ୍ଧ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷୀୟ ବାଳିକାକୁ ଆକ୍ରମଣ କରି ମାରି ପକାଇଥିବା କଲରାପତ୍ରିଆଟି ଧରାପଡ଼ିଥିବା କଥା ବନବିଭାଗ ସୂଚନା ଦେଇଛି ।
ସୂଚନାନୁଯାୟୀ , ଶନିବାର ରାତିରେ ଉକ୍ତ କଲରାପତ୍ରିଆ ଚଳାଚଳ ରେକର୍ଡ କରାଯାଇଥିଲା। ତାହାକୁ ଆଧାର କରି ବନ ଅଧିକାରୀମାନେ ସେ କଲରାପତ୍ରିଆକୁ ଧରିବା ପାଇଁ ଯନ୍ତା ବସାଇଥିଲେ। ଲକ୍ଷିତା ନାମ୍ନୀ ସେ ୬ ବର୍ଷୀୟ ବାଳିକା ଗତ ସପ୍ତାହରେ ବାପାମାଆଙ୍କ ସହିତ ପାହାଡ଼ ଚଢୁଥିବା ବେଳେ ବଣକୁ ଚାଲିଯାଇଥିଲା ବୋଲି ସନ୍ଦେହ କରାଯାଉଛି। ଗତ ଜୁନ୍ ମାସରେ ମଧ୍ୟ ସେ ଅଞ୍ଚଳରେ ଜଣେ ୩ ବର୍ଷର ବାଳକକୁ କଲରାପତ୍ରିଆ ଆକ୍ରମଣ କରିଥିଲା। କିନ୍ତୁ, ଠିକଣା ବେଳେ ତାକୁ କଲରାପତ୍ରିଆ କବଳରୁ ଉଦ୍ଧାର କରାଯିବାରୁ ସେ ବଞ୍ଚିଯାଇଥିଲା।
