ଭାରତ

କାବୁ ହେଲା ମଣିଷଖିଆ କଲରାପତ୍ରିଆ

(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶର ତିରୁପତି ଅନ୍ତର୍ଗତ ପ୍ରସିଦ୍ଧ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷୀୟ ବାଳିକାକୁ ଆକ୍ରମଣ କରି ମାରି ପକାଇଥିବା କଲରାପତ୍ରିଆଟି ଧରାପଡ଼ିଥିବା କଥା ବନବିଭାଗ ସୂଚନା ଦେଇଛି ।

ସୂଚନାନୁଯାୟୀ ,   ଶନିବାର ରାତିରେ ଉକ୍ତ କଲରାପତ୍ରିଆ ଚଳାଚଳ ରେକର୍ଡ କରାଯାଇଥିଲା। ତାହାକୁ ଆଧାର କରି ବନ ଅଧିକାରୀମାନେ ସେ କଲରାପତ୍ରିଆକୁ ଧରିବା ପାଇଁ ଯନ୍ତା ବସାଇଥିଲେ। ଲକ୍ଷିତା ନାମ୍ନୀ ସେ ୬ ବର୍ଷୀୟ ବାଳିକା ଗତ ସପ୍ତାହରେ ବାପାମାଆଙ୍କ ସହିତ ପାହାଡ଼ ଚଢୁଥିବା ବେଳେ ବଣକୁ ଚାଲିଯାଇଥିଲା ବୋଲି ସନ୍ଦେହ କରାଯାଉଛି।   ଗତ ଜୁନ୍‌ ମାସରେ ମଧ୍ୟ ସେ ଅଞ୍ଚଳରେ ଜଣେ ୩ ବର୍ଷର ବାଳକକୁ କଲରାପତ୍ରିଆ ଆକ୍ରମଣ କରିଥିଲା। କିନ୍ତୁ, ଠିକଣା ବେଳେ ତାକୁ କଲରାପତ୍ରିଆ କବଳରୁ ଉଦ୍ଧାର କରାଯିବାରୁ ସେ ବଞ୍ଚିଯାଇଥିଲା।

Related posts

ଭୂକମ୍ପରେ ଥରିଲା ଆଫଗାନିସ୍ତାନ 

mahabharatanews

ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

mahabharatanews

କୋର୍ଟରେ ଆତ୍ମସମର୍ପଣ କଲେ ନଭଜୋତ ସିଂହ ସିଦ୍ଧୁ

mahabharatanews