ଓଡିଶା

ଜିଲ୍ଲାର ଦୁଇ ସହରକୁ ଲକ ଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଦୁଇଟି ସହର ତଥା ନବରଙ୍ଗପୁର ଓ ଉମରକୋଟ ଏହି ଦୁଇଟି ସହରକୁ ୨୩ ମାର୍ଚ୍ଚ ୨୦୨୦ ଠାରୁ ୨୯ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏକ ଜରୁରୀ କାଳୀନ ବୈଠକରେ ଗଣମାଧ୍ୟମକୁ ଏହା ଜଣାଇ କହିଥିଲେ । ଜରୁରୀ ସାମଗ୍ରୀ ଛାଡି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୧୪୪ ଧାରା ଜାରି ରହିଥିଲେ ମଧ୍ୟ କରନା ଭାଇରସ କୋଭିଡ-୧୯କୁ ରଖିବାକୁ ହେଲେ ଦରକାର ପଡ଼ିଲେ ଆଗକୁ ପୁରା ଜିଲ୍ଲାକୁ ମଧ୍ୟ ଲକ ଡାଉନ କରାଯିବ ବୋଲି କହିଛନ୍ତି । ଏହି ବୈଠକରେ ଏସପି ନିତିନ କୁସଲକର ମଧ୍ୟ ଉପସ୍ଥିତ ରହି ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଜିଲାପାଳ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତତ୍ୱରତା ସହିତ କାର୍ଯ୍ୟ କରି ସନ୍ଦିଗ୍ଧ ଏବଂ ବାହାରୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ଏବଂ ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀ ଅନୁରୋଧ କରିଛନ୍ତି ।

Related posts

ଟ୍ୟୁମର ଅପରେସନ ପାଇଁ ଟିମ ପ୍ରକାଶ ତ୍ରିପାଠୀର ସହାୟତା

mahabharatanews

ସରୋଜିନୀ ଏକାଡେମୀର ୩ୟ ବାର୍ଷିକ ଉତ୍ସବ

mahabharatanews

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

mahabharatanews