ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱର ସବୁଠାରୁ ବୁଦ୍ଧିମାନ ପ୍ରାଣୀକୁ ଏପରି ଅସହାୟ କରି ଦେଇଛି କି ଲୋକେ ରାସ୍ତାରେ ପଡିଥିବା ମଲା ପଶୁଙ୍କୁ ମଧ୍ୟ ଖାଇବାକୁ ପଛଉ ନାହାନ୍ତି । ଏହି ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଛି । ଫଳରେ କାମ ହରାଇ ଲୋକେ ସେମାନଙ୍କ ପ୍ରଥମ ମୌଳିକ ଅଧିକାରକୁ ବଞ୍ଚିତ ହୋଇଛନ୍ତି । ସ୍ଥିତି ଏପରି ଗମ୍ଭୀର ହୋଇଛି କି ରାସ୍ତା ଉପରେ ପଡିଥିବା ମଲା ଜୀବଜନ୍ତୁକୁ ଖାଇବାକୁ ମଣିଷ ପଛାଉନାହିଁ । ଏହା ଆମେ କହୁନାହୁଁ, ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏକ ଭିଡିଓରୁ ଜଣାପଡିଛି ।
ଭିଡିଓଟି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥର । ଜଣେ ବ୍ୟକ୍ତି ରାସ୍ତା ମଝିରେ ବସି ତଳେ ପଡ଼ିଥିବା ଏକ ମଲା ଜୀବକୁ ଖାଉଥିବା ବେଳେ ଜଣେ ବ୍ୟକ୍ତି ଏହାକୁ ରେକର୍ଡ କରିବା ସହ ଉକ୍ତ ବ୍ୟକ୍ତିକୁ ତାଙ୍କ ନିକଟରେ ଥିବା ଖାଦ୍ୟ ଓ ପାନୀୟ ଦେଉଛନ୍ତି । ଏହାକୁ ଦେଖିବା ପରେ ଲକଡାଉନର ଭୟାବହତା ହୃଦୟକୁ ବିଦାରି ଦେବ ନିଶ୍ଚିତ । ଅସହାୟ ବ୍ୟକ୍ତି ଜଣକ ୧୦ ଦିନ ଭୋକିଲା ଥିଲେ। ରାସ୍ତା ଉପରେ ଏକ ଜୀବ ଯାହ।। କୌଣସି ଗାଡି ଧକ୍କାରେ ମରି ପଡିଥିଲା, ତାକୁ ଖାଇବାକୁ ବାଧ୍ୟ ହୋଇଥିଲେ ।