(ଭୁବନେଶ୍ୱର) : ସାରା ଦେଶରେ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି । ପଞ୍ଚମ ପର୍ଯ୍ୟାୟରେ ରାଜନାଥ ସିଂ, ସ୍ମୃତି ଇରାନୀ, ରାହୁଲ ଗାନ୍ଧୀଙ୍କଙ୍କ ସମେତ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କର ହେବ ଭାଗ୍ୟ ପରୀକ୍ଷା ।
ସୂଚନାନୁଯାୟୀ , ଆଜି ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୧୩ଟି, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଓଡିଶାରେ ୫ଟି, ଝାଡଖଣ୍ଡରେ ୩ଟି, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଗୋଟିଏ ସିଟ୍ ପାଇଁ ଜାରି ରହିଛି ମତଦାନ । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ: ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ମତଦାନ ପଞ୍ଚମ ପର୍ଯ୍ୟାୟରେ ୯ କେନ୍ଦ୍ରମନ୍ତ୍ରୀଙ୍କର ଭାଗ୍ୟ ପରୀକ୍ଷା ହେବ । ନିର୍ବାଚନ ଆୟୋଗଙ୍କ, ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୧୪୯ ରାଜନୈତିକ ଦଳର ୬୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
