ଭାରତ

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ

(ଦିଲ୍ଲୀ) : ଭୋଟ୍ ଦେଉଛି ଭାରତ। ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଚାଲିଛି। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର୍।

ସୂଚନାନୁଯାୟୀ , ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ। ମତଦାତାଙ୍କ ମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫,୧୨୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।ଏହି ପର୍ଯ୍ୟାୟରେ ମୋଟ୍‍ ୮୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ; ଇଭିଏମ୍ ତ୍ରୁଟି, ମତଦାନରେ ବିଳମ୍ବ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷବର୍ଦ୍ଧନ, ମାନେକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, କ୍ରିଷନ୍‍ ପାଲ୍‍ ଗୁର୍‍ଜର୍‍ ଏବଂ ରାଓ ଇନ୍ଦର୍‍ଜିତ୍‍ ସିଂ।

Related posts

ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୬୫୩ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

mahabharatanews