Uncategorized

ବୁଦ୍ଧଙ୍କ ଆଦର୍ଶରେ ରହିଛି ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ବାଟ: ମୋଦି

ନୂଆଦିଲ୍ଲୀ: ବୁଦ୍ଧ ଦର୍ଶାଇଥିବା ଅଷ୍ଟ ପଦ ପଥ ବିଭିନ୍ନ ସମାଜ ଓ ଦେଶ କଲ୍ୟାଣ ଦିଗରେ ପଥପ୍ରଦର୍ଶନ କରୁଥିବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଷାଢ ପୂର୍ଣ୍ଣିମାରେ ଅନୁଷ୍ଠିତ ଧମ୍ମ ଚକ୍ର ଦିବସ ଅବସରରେ କହିଛନ୍ତି । ବର୍ତ୍ତମାନ ବିଶ୍ୱ ଏକ ଅଦ୍ଭୂତପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ବୁଦ୍ଧଙ୍କ ଆଦର୍ଶରୁ ବାହାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବୁଦ୍ଧଙ୍କ ଦର୍ଶନରେ ଦୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବୁଦ୍ଧଙ୍କ ଶିକ୍ଷା ଉଭୟ ଚିନ୍ତା ଓ ଚେତନାରେ ସାଧାରଣ ଜୀବନଶୈଳୀକୁ ଦର୍ଶାଇଥାଏ । ଆଜି ବିଶ୍ୱ ଏକ ଅଦ୍ଭୂତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏହି ଚ୍ୟାଲେଞ୍ଜର ଚିରସ୍ଥାୟୀ ସମାଧାନ ବୁଦ୍ଧଙ୍କ ଆଦର୍ଶରୁ ମିଳିବ । ସେହିସବୁ ଆଦର୍ଶ ଅତିତରେ ଭରସାଯୋଗ୍ୟ ଥିଲା, ଆଜି ରହିଛି ଓ ଆଗାମୀ ଭବିଷ୍ୟତରେ ମଧ୍ୟ ନିର୍ଭରଯୋଗ୍ୟ ରହିବ ବୋଲି ମୋଦି କହିଛନ୍ତି ।

Related posts

ନାସିକ ରେଳ ଷ୍ଟେସନରେ ‘ଅକ୍ସିଜେନ ପାର୍ଲର’

mahabharatanews

ଛତୁ ପରଟା

mahabharatanews

ଶରୀରକୁ ଫିଟ୍ ରଖିବାକୁ ପିଅନ୍ତୁ ଏହି ଚାହା

mahabharatanews