ଓଡିଶା

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

(ମହାଭାରତ/ସମ୍ବଲପୁର): ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲଲାଗିଥିଲା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ଜିଲ୍ଲାକୁ ଜିଲ୍ଲାପାଳ ଶୁଭମ ସକସେନା ସଟଡାଉନ ଘୋଷଣା କରିଛନ୍ତି । ଏହି ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ଡାକ୍ତରଖାନା,କ୍ଲିନିକ୍, ନର୍ସିଂହୋମ୍,ଔଷଧ ଦୋକାନ,ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା),ପୋଲିସ, ଅଗ୍ନିଶମ ସେବା, ଜରୁରୀ କାର୍ୟ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ୍ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ, ଜଳଯୋଗାଣ,ପରିମଳ, ସ୍ବେରେଜ୍, ବିଦ୍ୟୁତ୍ ସେବା କର୍ମଚାରୀଙ୍କୁ ମଧ୍ୟ ସଟଡାଉନ କଟକଣାରୁ ବାଦ ଦିଆଯାଇଛି। ଏହାଛଡ଼ା ମାଲ୍ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ୟ୍ୟକୁ ବାଦ ଦିଆଯାଇଛି। ଉକ୍ତ ଦିନ ଜିଲ୍ଲାରେ ବିନା ଜରୁରୀ କାର୍ୟ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣ ଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।

 

Related posts

୨୦ଜଣ ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

mahabharatanews

ଝିମିଟି ଖେଳରୁ ମହାଭାରତ, ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରିଦେବାକୁ ଉଦ୍ୟମ

mahabharatanews