ଅପରାଧଦେଶ ବିଦେଶଭାରତ

ଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ

ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରାଯିବ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । ଜାଣିରଖିବା ଉଚିତ ଯେ, ଗୋଆ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ, ଦୁଇ ଭାଇ ସକାଳୁ ଥାଇଲ୍ୟାଣ୍ଡ ପାଇଁ ଏକ ବିମାନ ବୁକ୍ କରିଥିଲେ ଏବଂ ଭାରତ ଛାଡ଼ିଦେଇଥିଲେ । ଏହାପରଠାରୁ ଭାରତର ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ପୂର୍ବରୁ ପୋଲିସର ଅନୁରୋଧରେ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଗୋଆ ପୋଲିସର ଏକ ଟିମ୍ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିଥିଲା । ଆଉ ବର୍ତ୍ତମାନ ଲୁଥ୍ରା ବ୍ରଦର୍ସଙ୍କୁ ଧରିବାରେ ସଫଳ ହୋଇଛି ଗୋଆ ପୋଲିସ । କୁହାଯାଉଛି ଯେ ଉଭୟ ଥାଇଲ୍ୟାଣ୍ଡରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ, ତେଣୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସେମାନଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଥିଲା । ଉଭୟଙ୍କ ସନ୍ଧାନ ଜାରି ରଖିଥିଲା ପୋଲିସ । ସେମାନଙ୍କୁ ଥାଇଲ୍ୟାଣ୍ଡର ଏପରି ଏକ ସ୍ଥାନରେ ଟ୍ରାକ୍ କରାଯାଇଥିଲା ଯେଉଁଠାରେ ଅଧିକାଂଶ ପର୍ଯ୍ୟଟକ ରୁହନ୍ତି । ଆଉ ଶେଷରେ ଦୁହେଁ ଥାଇଲ୍ୟାଣ୍ଡରୁ ଧରାପଡ଼ିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ (MEA) ଉଭୟ ଭାଇଙ୍କ ପାସପୋର୍ଟକୁ ଅନ୍ୟ ଦେଶକୁ ଯାତ୍ରା କରିବାରୁ ରୋକିବା ପାଇଁ ରଦ୍ଦ କରିଛି । ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ୨୦ ଜଣ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଥିଲେ। ଏହି ବଡ଼ ଘଟଣା ସତ୍ତ୍ୱେ, କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀରୁ ଗିରଫ ହୋଇଥିବା ଅନ୍ୟତମ ସହ-ମାଲିକ ଅଜୟ ଗୁପ୍ତାଙ୍କୁ ୩୬ ଘଣ୍ଟା ପାଇଁ ରିମାଣ୍ଡରେ ପଠାଯାଇଛି । ନାଇଟ୍ କ୍ଲବର ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

Related posts

ଥମୁନି ମଣିପୁର ହିଂସାକାଣ୍ଡ : ଗଲାଣି ୫୦ରୁ ଅଧିକ ଜୀବନ 

mahabharatanews

 ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ: ଉଦିତନଗର ଏସଆଇ ନିଲମ୍ବିତ

mahabharatanews

ଅସଦାଚାର ଅଭିଯୋଗ: ଉନ୍ନାଓ ପୁଲିସ କହିଲା ଦୁଷ୍କର୍ମ ହେଲେ ଦେଖିବୁ

mahabharatanews