ଓଡିଶା

ସୌଭାଗ୍ୟ ଯୋଜନାରେ ଦୁର୍ନୀତି: ଠିକାଦାର, ଅଧିକାରୀ ଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗ

(ମହାଭାରତ/କଳାହାଣ୍ଡି):  ବିଜୁଳି ଜଳୁଛି, କିନ୍ତୁ ମିଟର ଲାଗିନି । ପୁଣି ବିନା ମିଟରରେ ପଇସା କେମିତି ନେଉଛନ୍ତି ବିଭାଗୀୟ କର୍ମ·ରୀ । ମିଟର ସଂଯୋଗ କରିଥିବା ହିତାଧିକାରୀଙ୍କୁ ୩୦୦ ରୁ ୫୦୦ ଟଙ୍କା ଦେବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଳି ନୀତି ଯଗୁଁ ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୌଭାଗ୍ୟ ଯୋଜନା କରି ମାଗଣାରେ ବିପିଏଲ ଓ ବିଜୁଳି ନଥିବା ପରିବାର କୁ ବିଜୁଳି ସଂଯୋଗ ର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଖାଲିଅଭଟା ଗ୍ରାମପଞ୍ଚାୟତର ପାଇବାହାଲ ଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉକ୍ତ ଗାଁରେ ୧୦୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଗାଁର ଅନେକ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ । ଗତ ବର୍ଷ ସୌଭାଗ୍ୟ ଯୋଜନାରେ କେତେଗୁଡିଏ ପରିବାରକୁ ବିନା ମିଟରରେ ବିଜୁଳି ସଂଯୋଗ କରାଯାଇ ଥିଲା କିନ୍ତୁ ତାହାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ମିଟର ଲଗାଯାଇ ନାହିଁ । କିନ୍ତୁ ପ୍ରତି ମାସରେ ୧୦୦ ରୁ୨୦୦ ଟଙ୍କା ବିଜୁଳି ବିଭାଗ କର୍ମ·ରୀ ନେଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଟଙ୍କା ପାଇଁ ଉପଭୋକ୍ତାଙ୍କୁ ବୈଧ ରିସିଦ ମିଳୁନାହିଁ । ସଂଗୃହିତ ଟଙ୍କାକୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ବାଟମାରଣା କରିଥିବା ଅଭିଯୋଗ ହେଉଛି । ଅନେକ ଘର ଏବେବି ଅନ୍ଧାରରେ ରହୁଥିବା ବେଳେ ଅନେକ ଘରେ ବିଜୁଲି ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ସଂଯୋଗ ଦିଆଯାଇଛି, ଯାହା ଅ ।ଗାମୀ ଦିନରେ କୌଣସି ବଡ ଧରଣର ଅଘଟଣର କାରଣ ହେବ ବୋଲି ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି । ସରକାର ଦେଉଥିବା କୋଟି କୋଟି ଟଙ୍କା କେଉଁଠି ଖର୍ଚ୍ଚ ହେଉଛ. କିନ୍ତୁ ସ୍ଥାନୀୟ ଅଞ୍ଚଳର କିଛି ଉପଭୋକ୍ତା ବିନା ମିଟରରେ ବିଦ୍ୟୁତ ସଂଯୋଗ ପାଇଥିବା ବେଳେ କିଛି ଏପର୍ଯ୍ୟନ୍ତ ଏହି ସୁବିଧାରୁ ବଞ୍ôଚତ ହୋଇ ରହିଛନ୍ତି । ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏଠାରେ ଠିକାଦାର ଓ ବିଭାଗୀୟଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପଦାକୁ ଆସି ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

Related posts

ଆଜି ସୁସ୍ଥ ହେଲେ ଆଉ ୭୨ କରୋନା ସଂକ୍ରମିତ

mahabharatanews

୧୬ରେ ନବୀନଙ୍କ ରୋଡ଼ ସୋ

mahabharatanews

ବେଗୁନିଆରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews