(ମହାଭାରତ/ ମାଲକାନଗିରି) : ଜିଲ୍ଲାରେ ତେଜୁଛି ଚାଷୀ ଅ ।ନ୍ଦୋଳନ । ମଣ୍ଡିରେ ଧାନ ଅ ।ସିବା ପରେ ମଧ୍ୟ ଏହାକୁ କିଣାଯାଉ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଧାନ ଆଣି ଆସି ବହୁ ସମସ୍ୟା ଭୋଗ କରୁଛି । ମିଲର ·ଷୀଙ୍କୁ ଧାନର କଟନି ଛଟନି କଥା କହୁଥିବାରୁ ଚାଷୀ ଧାନ ନ ବିକି ମଣ୍ଡିରେ ଧାନକୁ ନେଇ ଦିନ ରାତି ପଡି ରହିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଦ୍ମଗିରି, କୋରକୋଣ୍ଡା ଓ ଶିଖପାଲ୍ଲି ଭଳି ବିଭିନ୍ନ ଧାନ ମଣ୍ଡିରେ ।
ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମଣ୍ଡିରେ ଗଦା ହୋଇ ରହଛି ଶହ ଶହ ବସ୍ତା ଧାନ । ଧାନକୁ ବିକିଲେ ଋଣ ସୁଝିବେ ଚାଷୀ
ହେଲେ ଗତ ଏକ ସପ୍ତାହ ଧରି ସେମାନଙ୍କ ପାଖରେ କେହି ଧାନ କିଣିବା ଲାଗି ପହଞ୍ଚି ନ ଥିବାରୁ ଧାନ ବସ୍ତାକୁ ଜଗି ଶୀତ କାକରରେ ପଡି ରହିଛି ଚାଷୀ । ମିଲର ଥରେ ସେମାନଙ୍କ ପାଖକୁ ଯାଇଥିଲେ ହେଲେ କ୍ୱିଣ୍ଟାଲ ପିଚ୍ଛା ୮ରୁ ୧୦ କେଜି କାଟିବା କଥା କହିବା ପରେ ଚାଷୀ ଧାନ ବିକିବାକୁ ମନା କରି ଦେଇଥିଲେ । ତେଣୁ ବିଫଳ ହୋଇ ମିଲ୍ ମାଲିକ ଫେରି ଯାଇଥିବା ଅଭିଯୋଗ ହୋଇଛି । ·ଷୀଙ୍କୁ ଉଚିତ ମୂଲ୍ୟ ମିଳିବା ସହ ସେମାନଙ୍କ ଧାନକୁ ଠିକ୍ ସମୟରେ ଉଠାଇବା ଲାଗି ରାଜ୍ୟ ସରକାର ଟୋକେନ ବ୍ୟବସ୍ଥା ଅ ।ରମ୍ଭ କରିଛନ୍ତି । ହେଲେ ମାଲକାନଗିରି ଜିଲ୍ଲାର ଅନେକ ·ଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକେନ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ସେମାନଙ୍କ ଧାନ ମଧ୍ୟ ବିକ୍ରି ହୋଇପାରୁ ନାହିଁ ।
·ଷୀଙ୍କ ଏପରି ଅଭିଯୋଗକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ ମଣ୍ଡିରେ ଦେଖା ଦେଇଥିବା ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ । ପ୍ରତିବର୍ଷ ଧାନ ମଣ୍ଡିରେ ଦେଖା ଦେଉଛି ଏପରି ଅନେକ ସମସ୍ୟା ହେଲେ ·ଷୀଙ୍କୁ ପ୍ରତିଶ୍ରୃତି ଦେଇ ପୁଣି ଥରେ ଭୁଲି ଯାଉଛନ୍ତି ସରକାର । ହେଲେ ଏବେ ସମସ୍ୟାର ସମାଧାନ ନହେଲେ ଅ ।ଗାମୀ ଦିନରେ ଜିଲ୍ଲା ବ୍ୟାପୀ ଅ ।ନ୍ଦୋଳନ କରାଯିବ ବୋଲି କୃଷକ ମହାସଙ୍ଘ ଧମକ ଦେଇଛି ।
ମହାଭରାତ
previous post