ଓଡିଶା

 ୭୦ ଦିନ ପାଇଁ ମହାକାଳେଶ୍ବରଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ 

ଉଜୟିନୀର ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରର ଗର୍ଭଗୃହରେ ୭୦ ଦିନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ କୌଣସି ଭିଆଇପିଙ୍କୁ ମଧ୍ୟ ପ୍ରବେଶ ମିଳିବ ନାହିଁ। ଏହି କଟକଣା ଆସନ୍ତା ଜୁଲାଇ ୪ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଲାଗୁ ରହିବ । ଶ୍ରୀ ମହାକାଳେଶ୍ୱର ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ ,  ଜୁଲାଇ ୪ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ମହାକାଳେଶ୍ୱର ଭଗବାନଙ୍କ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ୧୫୦୦ ଟଙ୍କାର ଜଳାଭିଷେକ ମଧ୍ୟ ବନ୍ଦ ରହିବ। ଏଥିସହ ଶ୍ରଦ୍ଧାଳୁଙ୍କ ସହଜ ଓ ସୁଲଭ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ସମସ୍ତ ଶ୍ରଦ୍ଧାଳୁ ସହଜରେ ଦର୍ଶନ କରିପାରିବେ । ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରାବଣ-ଭାଦ୍ରବ ମାସରେ କାଓ୍ବଡ଼ିଆଙ୍କ ଦ୍ବାରା ପ୍ରବଳ ଭୀଡ଼ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

 

Related posts

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

Leave a Comment