ମନୋରଞ୍ଜନ

ନିଜର ୧କୋଟି ଟଙ୍କାକୁ ଦାନ କରି ଚର୍ଚ୍ଚାରେ  ମହେଶ ବାବୁଙ୍କ ଝିଅ

(ମୁମ୍ବାଇ) : ପୁଣି ଚର୍ଚାରେ ମହେଶ ବାବୁ । ଏଥର କୌଣସି ଫିଲ୍ମ କିମ୍ବା ଫୋଟୋ କୁ ନେଇ ନୁହେ ବରଂ ନିଜ ଝିକୁ ନେଇ ସେ ଚର୍ଚାର ବିଷୟ ପାଲଟିଛନ୍ତି । ପ୍ରଥମ ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ଦାନ କଲେ ମହେଶ ବାବୁଙ୍କ ଝିଅ। ସୋସିଆଲ ମିଡିଆ ଷ୍ଟାର ପାଲଟିବା ପରେ କିଛି ଦିନ ତଳେ ସୀତାରା ଏକ ବଡ଼ ଗହଣା ବ୍ରାଣ୍ଡ ପାଇଁ ଆମ୍ବାସାଡାର ହୋଇଥିବା ଜଣାପଡ଼ିଥିଲା। ବିଜ୍ଞାପନର ଅଂଶ ଭାବରେ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ତାଙ୍କ ଫଟୋ ସ୍ଥାନ ପାଇଥିବା ବେଳେ ଏଥିପାଇଁ ତାଙ୍କୁ ୧କୋଟି ଟଙ୍କା ମିଳିଥିଲା।

ସୂଚନାନୁଯାୟୀ ,  ବିଜ୍ଞାପନରୁ ମିଳିଥିବା ୧କୋଟି ଟଙ୍କାକୁ ସୀତାରା ଦାନ କରିଛନ୍ତି। ୧କୋଟି ଟଙ୍କା ଦାନ କରିବା ପରେ ସୀତାରା କହିଛନ୍ତି, ଟାଇମ୍ସ ସ୍କୋୟାର ବିଲବୋର୍ଡରେ ମୋର ଫଟୋ ଓ ବିଜ୍ଞାପନ ଭିଡିଓ ଦେଖି ବାପା ବହୁତ ଭାବପ୍ରବଣ ହୋଇପଡ଼ିଥିଲେ ।ବିଜ୍ଞାପନ ପରେ ମୁଁ ଏବେ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଛି।

Related posts

ରିଲିଜ୍‌ ହେଲା ପ୍ରଭାସଙ୍କ ଫିଲ୍ମ‘ସାଲାର’

mahabharatanews

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

‘ବିଗ୍‌ବସ୍‌’ସୁଟିଂ ଛାଡ଼ି ସ୍ପୋର୍ଟସ ଷ୍ଟୁଡିଓରେ ଭାଇଜାନ

mahabharatanews