ଓଡିଶା

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

ଭୁବନେଶ୍ୱର: ବଦଳିବ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ରୂପରେଖ । ମନ୍ଦରର ହେବ ନବ କଳେବର । ପୁରୀ ସିଂହଦ୍ୱାର ଢାଞ୍ଚା ଅନୁସାରେ ପୁନଃ ନିର୍ମାଣ କରାଯିବ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାର । ଭୁବନେଶ୍ୱରରେ ଫନିର ତାଣ୍ଡବ ଲୀଳାରେ ମନ୍ଦିରର କବାଟ ମଧ୍ୟ ଭଙ୍ଗା ଅବସ୍ଥାରେ ପଡିଥିଲା । ଏବେ ଏସବୁର ଯାଞ୍ଚ କରୁଛି ଏଏସଆଇ ଟିମ । ଲିଙ୍ଗରାଜ ମନ୍ଦର ପରିସରକୁ ପୁଣି ସଜାଡିବା ପାଇଁ ପ୍ରକାଶ ପାଇଛି ତତ୍ପରତା । ବିଏମସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଆଜି ସକାଳୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମନ୍ଦିରର ବିଭିନ୍ନ ପରିସର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମନ୍ଦିର ସେବାୟତ ନିଯୋଗ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ଏଥିସହ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ଆଗାମୀ ଦେଢ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଛି ।


ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିବା ବେଳେ ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ । କରୋନା କୋପ ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ କରିଛି ଏଏସଆଇ। ଏବେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ଆରମ୍ଭ ହୋଇଛି।

Related posts

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews