ଓଡିଶା

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

ଭୁବନେଶ୍ୱର: ବଦଳିବ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ରୂପରେଖ । ମନ୍ଦରର ହେବ ନବ କଳେବର । ପୁରୀ ସିଂହଦ୍ୱାର ଢାଞ୍ଚା ଅନୁସାରେ ପୁନଃ ନିର୍ମାଣ କରାଯିବ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାର । ଭୁବନେଶ୍ୱରରେ ଫନିର ତାଣ୍ଡବ ଲୀଳାରେ ମନ୍ଦିରର କବାଟ ମଧ୍ୟ ଭଙ୍ଗା ଅବସ୍ଥାରେ ପଡିଥିଲା । ଏବେ ଏସବୁର ଯାଞ୍ଚ କରୁଛି ଏଏସଆଇ ଟିମ । ଲିଙ୍ଗରାଜ ମନ୍ଦର ପରିସରକୁ ପୁଣି ସଜାଡିବା ପାଇଁ ପ୍ରକାଶ ପାଇଛି ତତ୍ପରତା । ବିଏମସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଆଜି ସକାଳୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମନ୍ଦିରର ବିଭିନ୍ନ ପରିସର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମନ୍ଦିର ସେବାୟତ ନିଯୋଗ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ଏଥିସହ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ଆଗାମୀ ଦେଢ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ ରଖାଯାଇଛି ।


ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିବା ବେଳେ ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ । କରୋନା କୋପ ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ କରିଛି ଏଏସଆଇ। ଏବେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ଆରମ୍ଭ ହୋଇଛି।

Related posts

 ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ସ୍ଵତନ୍ତ୍ର ରେଳ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

mahabharatanews