ଭାରତ

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ,୧୦ମୃତ

(ଛତିଶଗଡ) : ଛତିଶଗଡର ବେମେତରା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୧୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ରାୟପୁର ଏଆଇଏମଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଛତିଶଗଡ଼ ବେମେତରା ଜିଲ୍ଲାର ପିରଦା ଗାଁରେ ଏକ ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ସେହିପରି ଅନେକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଆଖପାଖ ସ୍ଥାନରେ ଚହଳ ସୃଷ୍ଟି ହୋଇଛି । ଯେ ଦୁର୍ଘଟଣା ସମୟରେ ପ୍ରାୟ ୧୦୦ ଲୋକ ଏହି କାରଖାନାରେ କାମ କରୁଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଆହୁରି ଅନେକ ଲୋକ ଭିତରେ ଫସି ରହିଥିବାର ଆଶଙ୍କା ରହିଛି । ଉଦ୍ଧାରକାରୀ ଦଳ ଏବଂ ପୋଲିସ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଯେ, ପ୍ରାୟ ୨୦ ଫୁଟ୍ ଗଭୀରର ଏକ ଗାତ ସୃଷ୍ଟି ହୋଇଥିବାର ଦେଖିବା ପାଇଁ ମିଳିଛି । ସେହିପରି ଫ୍ୟାକ୍ଟ୍ରି ପାଖରେ ଥିବା ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି ।

Related posts

ଚନ୍ଦ୍ରଯାନ-୩ ; ପଠାଇଲା ଚମତ୍କାର ଫଟୋ

mahabharatanews

‘ଅପରେସନ୍ ଅଜୟ’: ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ 

mahabharatanews

ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା

mahabharatanews