(ମାଲକାନଗିରି, ସୂର୍ୟ୍ୟକାନ୍ତ ବେହେରା ): ସମଗ୍ର ଦେଶ ରେ କରୋନା ମହାମାରି ରୂପନେଇ ଲକଡାଉନ ପରିସ୍ଥିତି ସୃଷ୍ଠିହୋଇଥିବା ବେଳେ ମାଲକାନଗିରି ଓ ଛତିଶଗଡ ରାଜ୍ୟର କିଛି କାଠ ମାଫିଆ ମାନେ ମୂଲ୍ୟବାନ ସାଗୁଆନ କାଠ କାଟି ଛତିଶଗଡ଼ ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ବେଳେ ବନବିଭାଗ ନଜରରେ ପଡି ଯାଇଛନ୍ତି। ମାଲକାନଗିରି ବନାଞ୍ଚାଳ ଅନ୍ତର୍ଗତ ଏମ.ଭି- ୧୭ ସେକ୍ସନ କତାମାଟେରୁ ପିଆରଏଫ ଜଂଗଲରେ କିଛି ଲୋକ ସାଗୁଆନ ଗଛ କାଟି ପଟା ଚିରିବାର କୌଣସି ସୂତ୍ରରୁ ସୂଚନା ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ବରେ ଫରେଷ୍ଟର ଦିବାକର ଜେନା,ଦୀପଂକର ସିଉଳି,ଫରେଷ୍ଟ ଗାର୍ଡ ସୁଧିର କୁମାର ମୁର୍ମୁ,ଦୀପ୍ତି ରଂଜନ ନାୟକ,ଅର୍ଜୁନ ବଟେ,ପାରା ଷ୍ଟାପ ବନ କର୍ମଚାରୀମାନେ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଚଢାଉ କରି ୪ ଜଣ ଆସାମୀକୁ ଗିରଫ କରିଥିଲେ,,ଘଟଣା ସ୍ଥଳରୁ ୭ଟା ସାଗୁଆନ ପଟା ଓ ୮ଟି ସାଗୁଆନ କାଠ ଗଣ୍ଡି ଜବତ ହୋଇଛି,ଯାହାର ସରକାରୀ ମୂଲ୍ୟ ପ୍ରାୟ ଦେଢଲକ୍ଷଟଙ୍କା ହୋବ ବୋଲି ଜଣାପଡିଛି,ଘଟଣାରୁ ପ୍ରକାଶ ଯେ ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ କତାମେଟାରୁ ପିଆରଏଫ ଜଂଗଲରେ କିଛି ଲୋକ ସାଗୁଆନ ଗଛ କାଟିବା ସହ ପଟା ଚିରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ମାଲକାନଗିରି ବନ କର୍ମଚାରୀମାନେ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି କାଠ ଜବତ କରିବା ସହ ପରଜାଗୁଡା ଗ୍ରାମର ଲବ ଜାନି,କୁନା ମୁଦୁଲି,ଧନପତି ଜାନି ,ଦିନୁ ଜାନି ଏବଂ କମଳା ପଦର ଗ୍ରାମର ବକୁ ସୋଡି ୫ ଜଣ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ,ସେମାନଙ୍କୁଗିରଫ କରି ବନବିଭାଗ କାର୍ୟ୍ୟାଳୟକୁ ଆଣିଥିଲେ , କାର୍ୟ୍ୟାଳଯ ରେ ଆସାମି ନାଙ୍କୁ ରଖି କାଗଜ ପତ୍ର କରୁଥିବା ସମୟରେ ଦିନୁ ଜାନି ପରିଶ୍ରା କରିବା ବାହାନାରେ ଶୌଚାଳୟକୁ ଯାଇଥିଲା, ସେ ଫେରିବାରେ ବିଲମ୍ବ ହେବା ଦେକି ବନ କର୍ମଚାରୀ ମାନେ ଶୌଚାଳୟକୁଯାଇ ଦେଖିଲା ବେଳକୁ ସେ ନଥିଲା , ସେଠାରୁ ପାଚେରୀ ଡେଇଁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା , ବନାଚଂଳ ଅଧିକାରୀ ଶ୍ରୀ ନାୟକ ଫେରାର ହୋଇଯିବା ଆସାମୀ ଦିନୁ ଜାନିଙ୍କ ନାମରେ ମାଲକାନଗିରି ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ରାମପ୍ରସାଦ ନାଗ ଏହାର ତଦନ୍ତ ଆରମ୍ଭ କରି ବିବିନ୍ନ ସ୍ଥାନରେ ଖୋଜା ଚଳାଇଛନ୍ତି କ୍ଷ