ଓଡିଶା

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚ ମାସରୁ ସମସ୍ତ ସ୍କୁଲ, କଲେଜ ଗୁଡିକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ଘରୋଇ ଶିକ୍ଷାନୁଷ୍ଠାନ,କୋଚିଂ ସେଣ୍ଟରଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ରାଜ୍ୟରେ କୋଚିଂ ସେଣ୍ଟରଗୁୁଡିକ ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ କରିଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ ସରକାରଙ୍କ ନିର୍ଦ୍ଦେଶ ପାଳନରେ ବ୍ୟତିକ୍ରମ ହେଉଥିବା ଜଣାପଡିଛି । ଜିଲ୍ଲାରେ କେତେକ ଶିକ୍ଷକ ଘରଭଡା ନେଇ ଛାତ୍ରଛାତ୍ରୀଙ୍କୁ ସକାଳେ ଏବଂ ସନ୍ଧ୍ୟାରେ କୋଚିଂ ସେଣ୍ଟର ଖୋଲି ଲୁଚାଛପାରେ ପାଠ ପଢାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଖଇରପୁଟ, ମାଥିଲି, ଗୋବିନ୍ଦପାଲି, ମାଲକାନଗିରି ଜିଲା ସଦର ମହକୁମାର କେତେକ ସ୍ଥାନରେ କୋଚିଂ ସେଣ୍ଟର ଖୋଲାଯାଇଛି। କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀମାନେ ସମଦୂରତା ରକ୍ଷା କରୁ ନ ଥିବା ବେଳେ ମାସ୍କ ମଧ୍ୟ ବ୍ୟବହାର କରୁ ନ ଥିବା ଅଭିଯୋଗ ହୋଇଛି। ଏଠାରେ କୋଭିଡ୍-୧୯ ନିୟମକୁ ଊଲ୍ଲଂଘନ କରାଯାଉଥିବାରୁ ଏସମ୍ପର୍କରେ ଜିଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଜଣାଇବାକୁ ଚେଷ୍ଟା କରାଯାଇଥିଲେ ବି ତାଙ୍କ ଫୋନ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ତେବେ ଏ ନେଇ କୋଭିଡ୍-୧୯ର ମାଲକାନଗିରି ବ୍ଲକ ଦାୟିତ୍ୱରେ ଥିବା ନୋଡାଲ ଅଫିସର ତହସିଲଦାର ଡ. ଗୁଣନିଧି ନାୟକଙ୍କୁ ପଚରାଯିବାରୁ, ଜିଲ୍ଲାରେ ମହାମାରୀ ବ୍ୟାପୁଥିବା ବେଳେ ଯଦି କୌଣସି ଶିକ୍ଷକ କୋଚିଂ ସେଣ୍ଟର ଖୋଲି ପାଠ ପଢାଉଥାନ୍ତି ତେବେ ଏଦିଗରେ ତଦନ୍ତ ପରେ ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Related posts

ଖୋଲାଯିବ ୬ଟି ଗେଟ୍

mahabharatanews

ରୁପାରେ ଛାଉଣୀ ହେଲା ସିଂହଦ୍ବାର

mahabharatanews

OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି

mahabharatanews