ଓଡିଶା

ଖୁବଶୀଘ୍ର ମା’ ହେବ ‘ମଲ୍ଲୀ’

(ଭିତରକନିକା) :  ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବ ବୋଲି ସୂଚନା ମିଳିଛି ।ମଲ୍ଲୀ ପୂର୍ବରୁ ୨ଥର ଅଣ୍ତା ଦେଇଥିଲା। ସେଥିରୁ କିନ୍ତୁ ଛୁଆ ବାହାରି ନ ଥିଲା  ଏଥର ତା’ର ଚାଲିଚଳନ ଓ ବ୍ୟବହାରରେ ପରିବର୍ତ୍ତନରୁ ଚଳିତବର୍ଷ ପୁଣି ଅଣ୍ତା ଦେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ , ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ହେତୁ ସପ୍ତାହେ ହେଲା ତା’ର ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।

 

 

Related posts

ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ

mahabharatanews

ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆସିଲା ଭିସେରା ରିପୋର୍ଟ

mahabharatanews

ଟ୍ରାକ୍ଟର ଚକା ତଳେ ଚାପି ହୋଇ ନାବାଳକ ମୃତ

mahabharatanews