ଓଡିଶା

କରୋନା ଆକ୍ରାନ୍ତ ହୋଇ ବି କରୋନା ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। କରୋନା କାଳରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ କାର୍ୟ୍ୟ ପ୍ରଶଂସନୀୟ । ଏହି ଆଗଧାଡ଼ିର କରୋନା ଯୋଦ୍ଧାମାନେ ଦିନରାତି ଏକକରି ରୋଗୀଙ୍କର ସେବା କରିଆସୁଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ କାର୍ୟ୍ୟରତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା.ପ୍ରଫୁଲ୍ଲ କୁମାର ବେହେରା କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ କୋଭିଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି । ତାଙ୍କର ଏହି ସେବା କାର୍ୟ୍ୟକୁ ଜିଲ୍ଲାବ୍ୟାପି ପ୍ରଶଂସା କରାଯାଉଛି । ପ୍ରକାଶ ଯେ, ସେ କୋଭିଡ ଚିକିତ୍ସାଳୟରେ ଆଇସିୟୁରେ ଚିକିତ୍ସା ରୋଗୀ ଚିକିତ୍ସା କରୁଥିବାବେଳେ ତାଙ୍କୁ କରୋନା ଲକ୍ଷଣ ଦେଖାଦେଇଥିଲା। ପରୀକ୍ଷା ପରେ ଗତ ୭ ତାରିଖରେ ତାଙ୍କର ପଜିଟିଭ୍ ବାହାରିଥିଲା ।

Related posts

ଖାତା ମୂଲ୍ୟାୟନ: ପ୍ରଥମ ଦିନରେ ୯୪ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିଲେ

mahabharatanews

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

mahabharatanews

ଖୋଲିଛି ୩୪ଟି ଗେଟ୍ ; କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପାଣି

mahabharatanews