ଓଡିଶା

ଝିମିଟି ଖେଳରୁ ମହାଭାରତ, ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରିଦେବାକୁ ଉଦ୍ୟମ

(ବାସୁଦେବପୁର) : ଝିମିଟି ଖେଳରୁ ମହାଭାରତ। ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡି ଯାଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଚୁଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାକାନ୍ତପୁରରେ। ଆହତ ମହିଳା ଜଣଙ୍କ ହେଲେ ମାନସୀ ମଳିକ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସ୍ୱାମୀ ଅଟଳ ମଳିକକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁସାରେ, ଗତକାଲି ରାତିରେ ଅଟଳ ଓ ତାଙ୍କ ତାଙ୍କ ସ୍ତ୍ରୀମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଟଳ ମାନସୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Related posts

ବିଦ୍ୟୁତ ସଂଯୋଗ କାଟିବାକୁ ନେଇ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ

mahabharatanews

ପ୍ରତିଶ୍ରୁତି ପରେ ଟୋଲକ ବେଡା ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

mahabharatanews

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ରୂପେ ପାଳନ କରିବାକୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews