ବୁର୍ଲା: ଭିମସାରର କରୋନା ଆଇସୋଲେସନ ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣଙ୍କ ଅନ୍ୟ ୬ ଜଣଙ୍କ ସହ ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଫେରୁଥିବା ସମୟରେ ବୁର୍ଲା ନିକଟରେ ଗୁରୁତର ହୋଇପଡିଥିଲେ । ତେଣୁ ସେମାନେ ଆସୁଥିବା ଇନୋଭାଟି ଭିମସାରକୁ ଯାଇଥିଲା । ସେଠାରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇ କରୋନା ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା। ଆଇସୋଲେସନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ବ୍ୟକ୍ତିଙ୍କ କରୋନା ନେଗେଟିଭ ଥିଲା କି ପଜିଟିଭ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଅନ୍ୟପକ୍ଷରେ ଅପରାହ୍ନ ପ୍ରାୟ ୩ରୁ ୪ ଟା ମଧ୍ୟରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବକୁ ସମ୍ବଲପୁର କୋଭିଡ଼-୧୯ ହସପିଟାଲକୁ ମହାପ୍ରୟାଣ ଗାଡ଼ିରେ ପଠାଯାଇଥିଲା। ଅନ୍ୟ ତିନିଜଣ କରୋନା ସନ୍ଦିଗ୍ଧଙ୍କୁ ମଧ୍ୟ ସମ୍ବଲପୁର ଜିଲ୍ଲା କୋଭିଡ଼-୧୯ ହସପିଟାଲକୁ ପଠାଯାଇଛି। ସେପଟେ ଉକ୍ତ ଇନୋଭା କାରର ଚାଳକ ଏବଂ ହେଲପରଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିବା ପରେ ତାଙ୍କୁ ଭିମସାରରୁ ଡ଼ିସଚାର୍ଜ କରି ଦିଆଯାଇଛି । ମୃତ ବ୍ୟକ୍ତିଙ୍କ ଶବ ସମ୍ବଲପୁର କୋଭିଡ଼-୧୯ ହସପିଟାଲ ପହଞ୍ଚିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଓ ସମସ୍ତେ ସେଠାରୁ ଫେରାର ମାରିଥିଲେ। ମୃତଦେହକୁ ଶବ ଗୃହକୁ ନିଆଯାଇ ପାରି ନ ଥିଲା। ବାହାରେ ପିପିଇ କିଟ ପିନ୍ଧି ଦୁଇଜଣ ଶବ ଉଠାଇବା ପାଇଁ ଯାଇଥିବା ବ୍ୟକ୍ତି ଛିଡ଼ା ହୋଇ ରହିଥିଲେ ଏବଂ ଚାଳକ ମଧ୍ୟ ରହିଥିଲା। ଏପରିକି ରାତି ୯ଟାରୁ ଯାଇଥିବା ମୃତଦେହ ରାତି ପ୍ରାୟ ୧୧ଟା ୧୫ ମିନିଟ ସୁଦ୍ଧା ଶବବାହକ ଭିମସାରର ମହାପ୍ରୟାଣ ଗାଡ଼ିରେ ପଡି ରହିଥିଲା।
previous post
next post
