ଓଡିଶା

ମାଓବାଦୀଙ୍କ ହିଂସାକାଣ୍ଡ; ଜାଳିଦେଲେ ବିଟ ହାଉସ ସହ ଜେସିବି

(ନୂଆପଡା)  : ଦିନକୁ ଦିନବୃଦ୍ଧି ପାଉଛି ଲାଲ୍ ବାହିନୀର ତାଣ୍ଡବ । ବୋମା ପକାଇ ପୋଡିଦେଲେ ବିଟ ହାଉସ ଏତିକି ରେ ମନ ପୁରିଲାଣି ଯେ ,ଏକ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।   ଆପଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଗତ ରାତିରେ ନକ୍ସଲମାନେ ନୂଆପଡା ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ଫରେଷ୍ଟ ବିଟ୍ ହାଉସକୁ ବୋମା ପକାଇ ଉଡାଇ ଦେଇଛନ୍ତି । ଏହାସହ ଏକ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।

ସୂଚନାନୁଯାୟୀ , ରାତି ଅଧାରେ ପଚାଶରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ଲଙ୍କାକାଣ୍ଡ କରିଛନ୍ତି । ଗାଁରେ ଥିବା ବନ ବିଭାଗର ବିଟ ହାଉସକୁ ଆଇଡି ରେ ଉଡ଼ାଇବା ସହ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି ।  ଗାଁର ବିଭିନ୍ନ ସ୍ଥାନରେ ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ନକ୍ସଲମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି ଏହାସହ ଲୋକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।

Related posts

ବୋଲବମ ଯାତ୍ରା ବନ୍ଦ ପାଇଁ ହିଞ୍ଜିଳି ତହସିଲର ବିଜ୍ଞପ୍ତି

mahabharatanews

ରଥଯାତ୍ରା : ଆଉ ମାତ୍ର ୨୭ ଦିନ

mahabharatanews

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews