(ଝାଡ଼ଖଣ୍ଡ) : ବିଳମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ାଇଲେ ରେଳ ଧାରଣା । ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ମନୋହରପୁର ନିକଟ ବିରୁୱାରେ ରେଳ ଧାରଣା ଉଡ଼ାଇଲେ ନକ୍ସଲ । ଯାହା ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକିଥିବା ସୂଚନା ରହିଛି ।
ସୂଚନାନୁଯାୟୀ , ମନୋହରପୁର, ଚକ୍ରଧରପୁର ଓ ରାଉରକେଲା ଷ୍ଟେସନରେ ଟ୍ରେନ୍ ଅଟକିଛି । ଆଜି ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ହାୱଡ଼ା ପୁରୀ ଏକ୍ସପ୍ରେସ ଚକ୍ରଧରପୁରରେ ଛିଡ଼ା ହୋଇ ରହିଛି । ଯୋଗ ନଗରୀ ଋଷିକେଷ ଟ୍ରେନ ଓ ଉତ୍କଳ ଏକ୍ସପ୍ରେସ, ମନୋହର ପୁରରେ ଅଟକି ରହିଛି । ସେହିପରି ପୋର ବନ୍ଦର – ସାଲିମାର ଏକ୍ସପ୍ରେସ ମଧ୍ୟ ଅଟକି ରହିଛି । ପୁଣେ – ହାୱଡ଼ା ଟ୍ରେନ ମଧ୍ୟ ରାଉରକେଲାରେ ଅଟକି ରହିଛି । ହାୱଡ଼ା – ସିଏସଟି ଏକ୍ସପ୍ରେସ, ଚକ୍ରଧର ପୁରରେ ଅଟକି ରହିଛି । ସେହିପରି ବେରୁଆ ଷ୍ଟେସନ ସହ ଅନ୍ୟ ଷ୍ଟେସନରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।
