ଭାରତ

ପାର୍କିଂ ସ୍ଥଳରେ ଅଚାନକ ବିସ୍ଫୋରଣ 

 (ଇଟାଲୀ) : ହଠାତ ହୋଇଗଲା ବିସ୍ପୋରଣ  । ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍ ବିସ୍ଫୋରଣ ପରେ ପାଖରେ ଥିବା ଅନେକ ଗାଡିରେ ନିଆଁ ଲାଗିଯାଇଥିଲା । ଗୁରୁବାର ଦିନ ଇଟାଲୀର ମିଲାନରେ ଏକ ବଡ଼ ଧରଣର ବିସ୍ଫୋରଣ ସମସ୍ତଙ୍କୁ ଚକିତ କରି ଦେଇଛି।

ସୂଚନାନୁଯାୟୀ ,ଏକ ଅକ୍ସିଜେନ୍ ଟାଙ୍କି ନେଉଥିବା ଭ୍ୟାନରେ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭ୍ୟାନରେ ଅକ୍ସିଜେନ୍ ସିଲିଣ୍ତର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ତ ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

JN.1 ର ପ୍ରଥମ ମାମଲା ଦିଲ୍ଲୀରେ ଚିହ୍ନଟ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ଆକ୍ରାନ୍ତ ଚିହ୍ନଟ ଓ ୬୦ ଜଣ ମୃତ

mahabharatanews

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ

mahabharatanews