ଭାରତ

ଓମାନ ସୁଲତାନଙ୍କ ସହ ବସିଲା ଦ୍ୱିପାକ୍ଷିକ ବୈଠକ

(ଦିଲ୍ଲୀ) :  ଦେଶର ସର୍ବ ପୁରାତନ ସ୍ୱାଧୀନ ରାଷ୍ଟ୍ର ଓମାନର ସୁଲତାନ ହାଥମ୍ ବିନ୍ ତାରିକ୍ ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଭାରତରେ ପହଞ୍ଚିଛନ୍ତି । ଶନିବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତର ରାଷ୍ଟ୍ରପତି ଭବନରେ ସ୍ୱାଗତ କରିଥିଲେ ।

ସୂଚନାନୁଯାୟୀ ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓମାନର ସୁଲତାନ ହାଥମ୍ ବିନ୍ ତାରିକ୍ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତ, ‘ମୁଁ ଆପଣଙ୍କୁ ଭାରତରେ ସ୍ୱାଗତ କରି ଖୁସି ଅଦୁଭବ କରୁଛି । ଓମାନ-ଭାରତ ସମ୍ପର୍କରେ ଆଜି ହେଉଛି ଏକ ଐତିହାସିକ ଦିନ, କାରଣ ଓମାନର ସୁଲତାନଙ୍କୁ ୨୬ ବର୍ଷ ପରେ ରାଜକୀୟ ଗସ୍ତରେ ଭାରତ ପହଁଞ୍ଚିଛନ୍ତି । ତୁମକୁ ସ୍ୱାଗତ କରିବାର ସୁଯୋଗ ମିଳିଛି । ଭାରତର ଲୋକଙ୍କ ତରଫରୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ।

Related posts

ସ୍ପାଇସଜେଟ୍ କ୍ୟାବିନରେ ଧୂଆଁ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ସୁପ୍ରିମ କୋର୍ଟ ଗଠନ କରିଛନ୍ତି ୫ ଜଣିଆ କମିଟି

mahabharatanews

ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ

mahabharatanews