ଓଡିଶା

ଖସୁଛି ପାରଦ, ଅସ୍ତବ୍ୟସ୍ତ ଜନଜୀବନ

(ଭୁବନେଶ୍ୱର) :  ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ। ପଶ୍ଚିମରୁ ଦକ୍ଷିଣ ହେଉ, ଅଥବା ଉତ୍ତରରୁ ଉପକୂଳ। ସବୁଠି ଅସହ୍ୟ ଥଣ୍ଡାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତାର ଭାବେ ତଳ ମୁହାଁ ହୋଇଛି। ସମସ୍ତ ଅଞ୍ଚଳରେ ରାତିର ପାରଦ ଖସିବା ସହ ଶୀତ ସ୍ବାଭାବିକ ସ୍ଥିତିକୁ ଫେରିଛି।

ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରିକୁ ଖସି ଆସିଥିବା କିରେଇ ଓ ଫୁଲବାଣୀରେ ୯ ଡିଗ୍ରି ରହିଥିଲା। ଦାରିଙ୍ଗବାଡ଼ିରେ ୯.୫, କେନ୍ଦୁଝରରେ ୧୦.୨, କୋରାପୁଟରେ ୧୦.୪, ସୁନ୍ଦରଗଡ଼ରେ ୧୦.୬, ସିମିଳିଗୁଡ଼ାରେ ୧୦.୭, ରାଉରକେଲାରେ ୧୧.୯, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୨, ତାଳଚେରରେ ୧୩, ଢେଙ୍କାନାଳ ଓ ନବରଙ୍ଗପୁରରେ ୧୩.୬, କେନ୍ଦ୍ରାପଡ଼ାରେ ୧୩.୮, ଜଗତ୍‌ସିଂହପୁରରେ ୧୩.୯, ନୟାଗଡ଼ ଓ ବୌଦ୍ଧରେ ୧୪ ଓ ସମ୍ବଲପୁରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି।

Related posts

ଅଲିଭା କାଳି ଷ୍ଟାମ୍ପ ପ୍ରବାସୀଙ୍କ ହାତରେ କ୍ଷତ ସୃଷ୍ଟି କରୁଛି

mahabharatanews

କାଲିଠୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସଟଡାଉନ

mahabharatanews

ସରକାରର ହୀନମନ୍ୟତାକୁ ଦର୍ଶାଉଛି କ୍ରାଇମବ୍ରାଞ୍ଚର ପଦକ୍ଷେପ

mahabharatanews