ବିଦ୍ୟାଶିକ୍ଷାସ୍ୱାସ୍ଥ୍ୟ

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

ମଧ୍ୟାହ୍ନ ଭୋଜନରେ ଦିଆଯିବ ମାଣ୍ଡିଆ । ସ୍କୁଲରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଛି ।ଏଥିରେ ଯୋଗଦେଇ ଓଡ଼ଶା ପିଏମ-ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟର କହିଛନ୍ତି, ପିଲାଙ୍କ ମଧ୍ୟରେ ରକ୍ତହୀନତା ଓ ଅପପୃଷ୍ଟି ରୋଗର ଦୂରୀକରଣ ପାଇଁ ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଭବିଷ୍ୟତ ପିଢିଙ୍କ ପୋଷଣ ନିରାପତା ପାଇଁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆର ଅର୍ନ୍ତଭୁକ୍ତ କରିଛନ୍ତି । ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ମଧ୍ୟାହ୍ନ ଭୋଜନକୁ ଆହୁରୀ ସୁବ୍ୟବସ୍ଥିତ କରିବାକୁ ଉଦ୍ୟମ ହେଉଛି । ଚାଉଳରେ ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ସହ ରାଇସ୍ ଫର୍ଟିଫିକେସନ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଓଡ଼ିଶାରେ ସ୍କୁଲ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବାକୁ କେନ୍ଦ୍ର ସରକାର, ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ରାଜ୍ୟ ସରକାର ମିଳିତ ଭାବେ କାର୍ୟ୍ୟ କରୁଛନ୍ତି

Related posts

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ, ଆଇଏଫଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews