ଓଡିଶା

ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସେବା ଶିବିର ଏବଂ ପଣା ବଣ୍ଟନ

ପବିତ୍ର ହନୁମାନ ଜୟନ୍ତି, ଓଡିଆ ନବବର୍ଷ ଏବଂ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଖଣ୍ଡ ତରଫରୁ ଗଂଜାମ ଜିଲ୍ଲାର ପ୍ରସିଦ୍ଧ କୁଲାଗଡ ମେରୁ ଯାତ୍ରା ଠାରେ ସେବା ଶିବିର ଏବଂ ପଣା ବଣ୍ଟନ କରାଯାଇଥିଲା। ଉକ୍ତ ସେବା ରେ ପ୍ରାଥମିକ ସ୍ବାସ୍ଥ୍ୟ ଶିବିର, ପାଣି ଛିଞ୍ଚନ ସଫେଇ, ଭିଡ଼ଭିତରେ ଅଚେତ ହୋଇଥିବ ଲୋକଙ୍କୁ ଆଣି ସ୍ବାସ୍ଥ୍ୟ ଶିବିର ପହଞ୍ଚାଇବା ଏବଂ ପଣା ବଣ୍ଟନ କରାଯାଇଥିଲା

ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଥମେ ଗଞ୍ଜାମ ଜିଲ୍ଲାର ସହ ଶାରୀରିକ ପ୍ରଶିକ୍ଷଣ ପ୍ରମୁଖ କୃଷ୍ଣ ଚନ୍ଦ୍ର ଦାସ ଶେରଗଡ଼ ଖଣ୍ଡ ସହ କାର୍ଯବାହ Dr ଶ୍ରୀକାନ୍ତ ପାଢ଼ୀ ଓ କୁଲାଗଡ ସରପଞ୍ଚ ଶ୍ରୀମତୀ ତୁଳସୀ ଦେବୀ ବେହେରା ଉଦଘାଟନ କରି ଦ୍ଵିପ ପ୍ରଚଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କାହ୍ନୁ ଚରଣ ସ୍ବାଇଁ, କାହ୍ନୁ ଚରଣ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବହୁ ସ୍ଵୟଂ ସେବକ ସହଯୋଗ କରିଥିଲେ।

Related posts

ମାଲକାନଗିରିରେ ଆଉ ୧୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା

mahabharatanews

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

mahabharatanews

ପୋଲ ଉପରୁ ଖସି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ

mahabharatanews