ଓଡିଶା

ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ): ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମାଲିସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡ଼ିଓଟି ପ୍ରାୟ ଏକବର୍ଷ ତଳର ବୋଲି ।

ବିଦ୍ୟାଳୟର ଛାତ୍ରାବାସରେ ଶିକ୍ଷକ ଜଣକ ଏକ ଦଉଡି ଖଟିଆରେ ଶୋଇଥିବା ବେଳେ ୩ ଜଣ ଛାତ୍ର ତାଙ୍କ ମୁଣ୍ଡ ଓ ହାତ ମସାଜ କରୁଥିବା ଏଥିରେ ଦେଖିବାକୁ ମିଳିଛି ଏବଂ ସେହି ସମୟରେ ଜଣେ ଶିକ୍ଷକ ଆସି ବିଦ୍ୟାଳୟର କିଛି କାର୍ୟ୍ୟକ୍ରମ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରୁଥିବା ଭିଡ଼ିଓରୁ ଦେଖିବାକୁ ମିଳୁଛି। ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ଯାହାକୁ ନେଇ ଅବିଭାବକ, ଶିକ୍ଷକ, ଗ୍ରାମବାସୀ ଏବଂ ବିଦ୍ୟାଳୟ ମେନେଜିଙ୍ଗ କମିଟି ତରଫରୁ ଏକ ଆଲୋଚନା କରାଯାଇଥିଲା। ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନ ଖେର୍ଣ୍ଣା ଅଞ୍ଚଳର ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ । ଶିକ୍ଷକ ଜଣକ ହେଉଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ମଣ୍ଡଳ। ଘଟଣା ପ୍ରଘଟ ହେବାପରେ ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରି ଆମ ପ୍ରତିନିଧି ଙ୍କୁ ଦେଇଥିବା ତଥ୍ୟ ଅନୁସାରେ ବିଦ୍ୟାଳୟ ଓ ହଷ୍ଟେଲର ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ଶିକ୍ଷକ ବାପି ମହାନ୍ତ ଥିଲେ। ସେ ଅନିୟମିତତା କରିବାରୁ ତାଙ୍କୁ ଏହି ଦାୟିତ୍ବରୁ ଅପସାରିତ କରାଯାଇଥିଲା। ଫଳରେ ସେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଭିଡିଓ ଭାଇରାଲ କରିଛନ୍ତି। ଏହି ଭିଡିଓ ପ୍ରାୟ ୧ ବର୍ଷ ପୁରୁଣା ଅଟେ।

ତେବେ ଏହି ଘଟଣା ବାବଦରେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ, ସେହି ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନ ଥିବା କଥା ସେ ପ୍ରକାଶ କରିଛନ୍ତି। ତେଣୁ ସେ ବିଦ୍ୟାଳୟ ଛାତ୍ରାବାସରେ ଏକ ଦଉଡି ଖଟିଆରେ ଶୋଇଥିବା ବେଳେ ୩ ଜଣ ଛାତ୍ର ତାଙ୍କ ମୁଣ୍ଡ ଓ ହାତ ମସାଜ କରୁଥିବା କହିଛନ୍ତି। ସେପଟେ ଅଭିଯୋଗ ହୋଇଥିବା ଶିକ୍ଷକ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଛନ୍ତି।

କିନ୍ତୁ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ମଣ୍ଡଳଙ୍କ କହିବା କଥା ଏବଂ ଭିଡ଼ିଓରେ ଯେଉଁ ଅବସ୍ଥାରେ କଥା ବାର୍ତା କରୁଥିଲେ।ଏ ଦୁଇଟି ଘଟଣା ମଧ୍ୟରେ କୌଣସି ତାଳମେଳ ନଥିବା ଦେଖିବାକୁ ମିଳୁଛି।
ଏନେଇ ବିଦ୍ୟାଳୟରେ ହୋଇଥିବା ଆଲୋଚନାରେ ଭିଡିଓ ଭାଇରାଲ୍ କରି ବିଦ୍ୟାଳୟକୁ ବଦନାମ କରିଥିବା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଦ୍ୟାଳୟ ପରିଚାଳନା ସମିତି ଥାନାରେ ଅଭିଯୋଗ କରିବା ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related posts

୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ଆଜିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଗହଳିଚହଳି

mahabharatanews

କେରଳ ଛୁଇଁଲା ମୌସୁମୀ

mahabharatanews

Leave a Comment