ଓଡିଶା

ସାଢ଼େ ୩ଟା ପରେ ବନ୍ଦ ରହିବ ମୋ ବସ୍

ଭୁବନେଶ୍ୱର : ଟ୍ରାଫିକ୍ ଭିଡ଼କୁ ନେଇ କ୍ରୁଟର ନିର୍ଦ୍ଦେଶନାମା | ଟୁଇନ ସିଟିରେ ଅପରାହ୍ନ ସାଢ଼େ ୩ଟା ପରେ ମୋ ବସ୍ ବନ୍ଦ | ପୂଜା ବଜାରରେ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ଵର ଓ କଟକରେ ୨୩, ୨୪ ତାରିଖ ଅପରାହ୍ନ ସାଢ଼େ ୩ଟା ପରେ ମୋ ବସ୍ ସେବା ବନ୍ଦ ରହିବ | କମିଶନରେଟ ପୁଲିସର ଅନୁରୋଧ କ୍ରମେ କ୍ରୁଟ ପକ୍ଷରୁ ଏହି ନିଷ୍ପରି ନିଆଯାଇଛି | ପୂଜା ପାଇଁ କଟକ, ଭୁବନେଶ୍ଵରେ ଭିଡ ଜମୁଛି | ମୋ ବସ୍ ସହର ଭିତରେ ପଶିବାରୁ ଅସମ୍ଭାଳ ଭିଡ ଜମୁଛି | ଗତକାଲି ଏବଂ ଆଜି ସନ୍ଧ୍ୟାରେ ଅସମ୍ଭାଳ ଭିଡ଼ ଉପୁଜିଥିଲା | ଶହ ଶହ ବାଇକ୍,କାର ଫସିରହିଥିଲା | ଏନେଇ ପୋଲିସ ପକ୍ଷରୁ ଅବଗତି ପରେ ଏହି ନିଷ୍ପତି ନିଆଯାଇଛି | କିନ୍ତୁ ପୁରୀ ସମେତ ଅନ୍ୟ ରୁଟ୍‌ରେ ବସ୍ ଚାଲିବା ଉପରେ କୌଣସି ନିଷ୍ପତି ହୋଇନାହିଁ | ଭିଡ଼କୁ ଆଖି ଆଗରେ ରଖି ରୁଟ୍ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ |

Related posts

ଟ୍ରକ ପଛପଟେ ପିଟି ହେଲା ଟ୍ରାଭେଲର, ୩ ମୃତ ୧୦ ଗୁରୁତର

mahabharatanews

ଡିନାମାଇଟ ବ୍ଳାଷ୍ଟ କରି ମାଛମରା ବନ୍ଦ କରିବାକୁ ଦାବି

mahabharatanews

କିନ୍ନର ମାନଙ୍କ ବହୁଚରା ମାତା ପୂଜା ଅନୁଷ୍ଠିତ

mahabharatanews