Uncategorized

ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉଦ୍ବୋଧନ

ନୂଆଦିଲ୍ଲୀ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଭଗବାନ ବୁଦ୍ଧ କହୁଥିଲେ, ମାନବକୁ କଠିନ ପରିସ୍ଥିତିରୁ ମୁକୁଳିବାକୁ ଉଦ୍ୟମ କରିବା ଦରକାର। ଆଜି ଆମେ ଏହି କଠିନ ପରିସ୍ଥିତି ଦେଇ ଗତି କରୁଛୁ । ଏଥି ପାଇଁ ଏକାଠି ହୋଇଛୁ । ଭଗବାନ ବୁଦ୍ଧଙ୍କ ୪ଟି ବାର୍ତ୍ତା ଦୟା, କରୁଣା, ସୁଖଦୁଃଖ ପତ୍ରି ସମଭାବ ଓ ଯିଏ ଯେମିତି, ସେହି ରୂପରେ ରହିବା । ଭଗବାନ ବୁଦ୍ଧଙ୍କ ଏହି ବାର୍ତ୍ତା ଭାରତୀୟଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୋଦୀ କହିଛନ୍ତି ।
ସମଗ୍ର ବିଶ୍ୱରେ କରୋନା ଭାଇରସ ପ୍ରଭାବ ଯୋଗୁଁ ବୁଦ୍ଧ ପୂର୍ଣ୍ଣିମା ସମାରୋହ ଏକ ଭରଚୁଆଲ ଭାବେ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ପୂର୍ବାହ୍ନରେ ବୁଦ୍ଧ ପୂର୍ଣ୍ଣିମା ସମାରୋହରେ ସାମିଲ ହୋଇଥିଲେ । ଏହି ଆୟୋଜନ କୋଭିଡ-୧୯ ପୀଡ଼ିତ ଓ କରୋନା ଯୋଦ୍ଧା, ମେଡିକାଲ କର୍ମୀ, ଡାକ୍ତର, ପୋଲିସ ଓ ଅନ୍ୟମାନଙ୍କ ସମ୍ମାନରେ ଆୟୋଜନ କରାଯାଇଛି । ସଂସ୍କୃତି ମନ୍ତ୍ରାଳୟ, ଏକ ଗ୍ଲୋବାଲ ବୌଦ୍ଧ ଅମ୍ବ୍ରେଲା ସଂଗଠନ ଇଣ୍ଟରନ୍ୟାସନାଲ ବୌଦ୍ଧିକ କନଫେଡେରେଶନର ସହଯୋଗରେ ପ୍ରାର୍ଥନା ସଭା ଆୟୋଜନ କରିଛି । ସନ୍ଧ୍ୟା ୭ଟା ୪୫ ଯାଏଁ ସମାରୋହ ଚାଲିବ ।

Related posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

କିଛି ରୋଗୀଙ୍କଠାରେ ରେଟ୍ରୋଭାଇରାଲ ଔଷଧ ପ୍ରୟୋଗ କରାଯାଉଛି: ହର୍ଷ ବର୍ଦ୍ଧନ

mahabharatanews

Leave a Comment