ଭାରତ

ଆଜିଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

(ଦିଲ୍ଲୀ): ଆଜି ସକାଳେ ମୋଦୀ ନୂଆଦିଲ୍ଲୀରୁ ଆମେରିକାକୁ ଉଡ଼ାଣ ଆରମ୍ଭ କରିଥିଲେ ଏବଂ ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ଜନ୍‌ ଏଫ୍‌ କେନେଡ଼ି ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।

ସୂଚନାନୁଯାୟୀ , ଆମେରିକାକୁ ମୋଦୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ ଥିବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜୁନ୍‌ ୨୧ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ମୋଦୀ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

ମୋଦୀ ତାଙ୍କ ଗସ୍ତ ଅବସରରେ ଟେସଲା ସିଇଓ ଏଲ୍‌ନ ମସ୍କଙ୍କୁ ନ୍ୟୁୟର୍କରେ ଭେଟିବେ। ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ଏହା ସହିତ ପ୍ରଧାମନ୍ତ୍ରୀ ପ୍ରମୁଖ ବ୍ୟବସାୟୀ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ମୋଦୀ ହ୍ବାଇଟ୍‌ ହାଉସ୍‌ରେ ରାତ୍ରୀଭୋଜନ କରିବେ।

Related posts

ପ୍ରେମିକା ହାତରେ ଚାଲିଗଲା ପ୍ରେମିକ ଜୀବନ

mahabharatanews

 ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ

mahabharatanews

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews