ଭାରତ

ମୁଦ୍ରା ଉଲ୍ଲଂଘନ ମାମଲା: ଇଡି ସମନ ଏଡ଼ାଇଲେ ମହୁଆ ମୈତ୍ର

(ଦିଲ୍ଲୀ) : ବୈଦେଶିକ ମୁଦ୍ରା ଉଲ୍ଲଂଘନ ମାମଲାରେ ଅନିୟମିତତା କରିଥିବା ଅଭିଯୋଗରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷ ଜାରି କରାଯାଇଥିବା ସମନକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ସୋମବାର ପ୍ରତ୍ୟାଖ୍ୟାନ କରିବା ସହ ଏଡ଼ାଇ ଯାଇଛନ୍ତି। କେଜ୍ରିୱାଲଙ୍କ ପରେ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ଏପରି କରିବା ସମସ୍ତଙ୍କୁ ଚକିତ କରିଦେଇଛି ।

ସୂଚନାନୁଯାୟୀ , ଏହି ମାମଲାରେ ଇଡି ଫେବ୍ରୁଆରି ୧୫ ତାରିଖରେ ତୃଣମୂଳ କଂଗ୍ରେସ ନେତ୍ରୀ ମୈତ୍ରଙ୍କୁ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। କିଛି ବିଦେଶୀ ପୁଞ୍ଜିନିବେଶ ସମ୍ବନ୍ଧୀୟ କିଛି କାଗଜପତ୍ର ସହ ତାଙ୍କୁ ଦିଲ୍ଲୀସ୍ଥିତ ତଦନ୍ତକାରୀ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।

Related posts

ଆମ୍ ଆଦମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

mahabharatanews

ଆଜି ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଜୟନ୍ତୀ

mahabharatanews

ଜ୍ଞାନବାପି ମସଜିଦରେ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରୋକ

mahabharatanews