Uncategorized

ଚନ୍ଦ୍ରକୁ ମାନବ ପଠାଇବା ମିଶନରେ ଡେରି ଅଛି: ଶିବନ

ବେଙ୍ଗାଲୁରୁ: ଚନ୍ଦ୍ରାୟଣ-୩ ମିଶନକୁ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଓ ଏହା ଦ୍ରୁତତାର ସହ ଆଗେଇ ଯାଉଛି ବୋଲି ଇସ୍ରୋର ମୁଖ୍ୟ କେ ଶିଭନ ବୁଧବାର ଦିନ କହିଛନ୍ତି । ଚନ୍ଦ୍ରକୁ ମାନବ ପଠାଯିବା ମିଶନକୁ ନେଇ ଇସ୍ରୋର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନରେ ଶିବନ କହିଛନ୍ତି, ଏହା ନିଶ୍ଚିତ ରୂପେ ହେବ କିନ୍ତୁ ବର୍ତ୍ତମାନ ନୁହେଁ । ଚଳିତ ମାସ ପ୍ରାରମ୍ଭରେ ଶିବନ କହିଥିଲେ ଚନ୍ଦ୍ରାୟଣ-୩ର ରୂପରେଖ ଚନ୍ଦ୍ରାୟଣ-୨ ପରି ହେବ କିନ୍ତୁ ଏଥିରେ ଆଗକୁ ଚାଲିବା ଶକ୍ତି ସମ୍ପନ୍ନ ଏକ ରୋଭର ରହିବ ।
ଚନ୍ଦ୍ରାୟନ-୨ରେ ଆମେ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର ଆକୃତିର ବ୍ୟବହାର କରିଥିଲୁ । କିନ୍ତୁ ଚନ୍ଦ୍ରାୟନ-୩ରେ ଆମେ ଲ୍ୟାଣ୍ଡର ଓ ରୋଭର ବ୍ୟବହାର କରିବୁ, ଯେଉଁ ରୋଭର ଆଗକୁ ବଢିବା ଶକ୍ତିରେ ସମ୍ପନ୍ନ ହେବ । ଏହାକୁ ନେଇ କାମ ସୁରୁଖୁରୁରେ ଚାଲିଛି ବୋଲି ଶିବନ କହିଛନ୍ତି । ଶିବନ ଆହୁରି କହିଛନ୍ତି, ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ଓ କ୍ରାଫ୍ଟ ମୂଲ୍ୟ ଆନୁମାନିକ ଭାବେ ୨୫୦ କୋଟି ଆସୁଥିବା ବେଳେ ଲଞ୍ଚ କଷ୍ଟ ୩୫୦ କୋଟି ଆସିବ ।

Related posts

କୋରୋନା ଆତଙ୍କ: ଆମେରିକାରେ ୨୧ ଜଣଙ୍କ ମୃତ୍ୟୁ, ୫୫୦ ଆକ୍ରାନ୍ତ

mahabharatanews

ସୀମାପାର ଅସ୍ତ୍ର ଚାଲାଣ ଅଭିଯୋଗରେ ୩ ଗିରଫ

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

mahabharatanews