Uncategorized

ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।।ଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦଳୀୟ ମୁଖ୍ୟ ଜେ ପି ନଡ୍ଡା ଓ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡକରୀ, ଅନୁରାକ ଠାକୁର, ମୁକ୍ତାର ଅବାଜ ନକ୍ୱି, ଥାବରଚନ୍ଦ ଗେହଲଟ ପ୍ରମୁଖ ଦିଲ୍ଲୀ ନିର୍ବାଚନରେ ପ୍ରଚାର କରିବେ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜୟରାମ ଠାକୁର, ମନୋହରଲାଲ ଖଟ୍ଟର, ତ୍ରିଭେନ୍ଦ୍ର ସିଂହ ରାୱତ ଓ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ରହିଛନ୍ତି । ସେହିପରି ବିଜେପି ନେତା ତଥା ଅଭିନେତା ହେମା ମାଲିନୀ, ସନି ଦେଓଲ, ରବି କିଶନ, ଡିନେଶ ଲାଲ ଯାଦବ ପ୍ରମୁଖ ପ୍ରଚାର କରିବେ ।

Related posts

ଉଦଯାପିତ ହେଲା ‘ଉଦୀୟମାନ’ର ସପ୍ତାହ ବ୍ୟାପୀ ବନ ମହୋତ୍ସବ

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews

ଫେବୃଆରୀ ୨୫ ଯାଏ ଅଯୋଧ୍ୟାରେ ୧୪୪ ଧାରା ଜାରି

mahabharatanews