ରାଜନୀତି

ଅଳିଆ ଗଦା ଉପାଖ୍ୟାନ : ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଅଳିଆ ଉପାଖ୍ୟାନ ପାଇଁ ସରଗରମ ରାଜ୍ୟ ରାଜନୀତି । ମଞ୍ଚ ଉପରେ ଅଳିଆ ଗଦା ଉପାଖ୍ୟାନ । ଅଳିଆକୁ ନେଇ ତେରଛା ବାଣ ମାରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ ସେ ପୂର୍ବତନ ସରକାରକୁ ଏପରି ନିଶାନା ସାଧିଛନ୍ତି । କହିଛନ୍ତି, ରାଜ୍ୟବ୍ୟାପି ଅଳିଆ କରିଥିବା ଲୋକଙ୍କୁ ଜେଲରେ ପୁରାଇଲେ କୋଠରୀ ଅଭାବ ପଡ଼ିଯିବ । ଏଥିପାଇଁ ଜଲେରେ କୋଠରୀ ସଂଖ୍ୟା ବଢ଼ାଇବା ସହ ବଜେଟ୍‌୍‌ରେ ବ୍ୟୟବରାଦ ହେଉ । ଅନ୍ୟପଟେ ତାଙ୍କ ବୟାନକୁ କାଉଣ୍ଟର୍‌ କରିଛି ବିଜେଡି । ଅଳିଆ କିଏ ପ୍ରଥମେ ସେ ସ୍ପଷ୍ଟ କରାଯାଉ ବୋଲି କୁହାଯାଇଛି ।

କଟକ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ହାଇସ୍କୁଲର ହୀରକ ଜୟନ୍ତୀ ସମାରୋହର ଉଦଯାପନୀ ଅବସରରେ ପୂର୍ବତନ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭର୍ତ୍ତୃହରି । ସେ କହିଛନ୍ତି, ସାରା ରାଜ୍ୟରେ ଥିବା ଅଳିଆ ଶୀଘ୍ର ସଫା କରିବା ଜରୁରୀ । ରାଜ୍ୟବ୍ୟାପି ଅଳିଆରେ ଭର୍ତ୍ତି, ଯୁଆଡ଼େ ଚାହିଁବେ ଚାରିଆଡ଼େ ଅଳିଆ । ଡ୍ରେନେଜ୍‌୍ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ ଆସୁଥିବା ଟଙ୍କାରେ ଲୋକେ ଅୟସ୍‌୍ କରୁଛନ୍ତି । ତେଣୁ ଅଳିଆ କରୁଥିବା ଲୋକଙ୍କୁ ଜେଲରେ ପୂରାଇବା କଥା । ଅଳିଆ କରୁଥିବା ଲୋକଙ୍କୁ ଜେଲରେ ପୂରେଇଲେ କୋଠରୀର ମଧ୍ୟ ଅଭାବ ପଡ଼ିଯବ । ତେଣୁ ବଜେଟରେ ଅଧିକ ଅନୁଦାନର ବ୍ୟବସ୍ଥା ହେବା ଦରକାର ବୋଲି ଭର୍ତ୍ତୃହରି କହିଥିଲେ । କେବଳ ଏତିକି ନୁହେଁ ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଭର୍ତ୍ତୃହରି ।

ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ‘ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। ସେ ଏତେ ବର୍ଷ ବିଜେଡିରେ ଥିଲେ, ସେତେବେଳେ କହିଥିଲେ ଭଲ ହୋଇଥାଆନ୍ତା । ଏବେ ଏକଥା ଉଠାଇଛନ୍ତି, କାହାକୁ ସେ ଇଙ୍ଗିତ କରୁଛନ୍ତି, ସେକଥା ସେ ଭଲଭାବରେ ଜାଣିଥିବେ ବୋଲି ଦେବାଶିଷ କହିଛନ୍ତି ।

Related posts

ଉପଯୁକ୍ତ ଯୁବ ନେତାଙ୍କ କାନ୍ଧରେ ବିଜେଡି

mahabharatanews

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି

mahabharatanews

ଫାଇଭ-ଟି ସ୍କୁଲକୁ ଇନୋଭେସନ୍ ହବ୍ କରି ନୂଆ ନୂଆ ଯନ୍ତ୍ରାଂଶ ଓ ବୈଷୟିକ ପ୍ରଣାଳୀ ଆବିଷ୍କାର କରାଯିବ

mahabharatanews