ଖେଳ

କ୍ରିକେଟରୁ ବିଦାୟ ନେଲେ Mr. 360

ନୂଆଦିଲ୍ଲୀ: ପରବର୍ତ୍ତୀ ଆଇପିଏଲର ସଂସ୍କରଣରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ରିକେଟ ଜଗତକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ମିଷ୍ଟର ୩୬୦ ଆବ୍ରାହମ ବେଞ୍ଜାମିନ ଡିଭିଲିୟର୍ସ ।

AB de Villiers 'desires' SA return - Forever Sports
ଦକ୍ଷିଣ ଆଫ୍ରିକାର ଭେଟେରାନ ଖେଳାଳୀ ତଥା ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ କ୍ରିକେଟ ଜଗତରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି । ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଏବିଡି ଏବେ କ୍ରିକେଟର ଅନ୍ୟ ଫର୍ମାଟଗୁଡିରୁ ମଧ୍ୟ ବିଦାୟ ନେଇଛନ୍ତି । ଅର୍ଥାତ ବିଶ୍ୱର ସବୁଠାରୁ ବଡ ପ୍ରିମିୟର ଲିଗ(ଆଇପିଏଲ) ଭଳି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଖେଳିବେ ନାହିଁ । ତେବେ ଡିଭିଲିୟର୍ସଙ୍କର ଏହି ଆଇପିଏଲ ଫ୍ରାଞ୍ଚାଇଜ ଆରସିବି ପାଇଁ ଏକ ବଡ କ୍ଷତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Happy Bday ABD On the birthday of Mr 360 watch here his amazing AB de Villiers VIDEO - News Nation

 

ICC Cricket World Cup 2015: Why cry for South Africa? - Cricket Country

ତାଙ୍କ ରିଟାୟାରମେଣ୍ଟକୁ ନେଇ ସେ ନିଜେ ଟୁଇଟ ସୂଚନା ଦେଇଛନ୍ତି । “ଏହା ଏକ ଅବିଶ୍ୱସନୀୟ ଯାତ୍ରା, କିନ୍ତୁ ମୁଁ ସମସ୍ତ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଯେହେତୁ ମୁଁ ପଡ଼ିଆରେ ଖେଳିବା ଆରମ୍ଭ କରିଥିଲି, ମୋର ବଡ଼ ଭାଇମାନଙ୍କ ସହିତ ମୁଁ ପ୍ରତିଟି ମୂହୂର୍ତ୍ତକୁ ଉପଭୋଗ କରିଥିଲି । କେବଳ ସେତିକି ନୁହେଁ ଉତ୍ସାହର ସହିତ କ୍ରିକେଟ ମଧ୍ୟ ଖେଳିଥିଲି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ।

In Stats: Can AB de Villiers Rescue South Africa's Sinking Series?

Related posts

ମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ

mahabharatanews

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ଜିମ୍ବାୱେକୁ ୫ ୱିକେଟରେ ହରାଇଲା ଭାରତ

mahabharatanews