(ପାରାଦ୍ବୀପ) : ମହଙ୍ଗା ପଡିଲା ତ୍ରୀକୋଣୀୟ ପ୍ରେମ । ସାଙ୍ଗ ସାଜିଲା ସୈତାନ।ଜଣେ ମହିଳାଙ୍କ ପାଇଁ ନିଜ ସାଙ୍ଗକୁ ଅପହରଣ କରି ପଥରରେ ଛେଚି ହତ୍ୟା କଲା ସାଙ୍ଗ। ଏଭଳି ଘଟଣା ଘଟିଛି ପାରାଦ୍ବୀପ ଥାନା ନୂଆବଜାର କଲୋନୀରେ। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ବନ୍ଦର ନଗରୀ ପାରାଦ୍ବୀପରେ। ପାରାଦ୍ବୀପ ନୂଆବଜାର କଲୋନୀର ଶରତ ଜେନା (୨୨)କାର ଡ୍ରାଇଭର ଭାବେ କାର୍ୟ୍ୟ କରୁଥିଲେ। ସେ ଗାଡି ଚଳାଉଥିବା ମାଲିକର ୩ ରୁ ୪ ଟି ଗାଡି ଥିବାରୁ ଅନ୍ୟ ଡ୍ରାଇଭରଙ୍କ ସହିତ ଘନିଷ୍ଠତା ଥିଲା ଶରତଙ୍କର। ତେଣୁ ସେହି ନୂଆବଜାର ରେ ରହୁଥିବା ଅନ୍ୟ ଜଣେ ଡ୍ରାଇଭର ମହମଦ ଇମାମୁଦିନ ନିଜ ଘରପାଖରେ ରହିଥିବାରୁ ଅଧିକ ଘନିଷ୍ଠ ଥିଲେ ଶରତଙ୍କର। ହେଲେ ସେହି ନୂଆବଜାର କଲୋନୀରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଉଭୟ ଯିବା ଆସିବାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଏହି ବଚସାକୁ ନେଇ ଇମାମୁଦିନ ରଚିଥିଲେ ଷଡଯନ୍ତ୍ର। ୧୮ ତାରିଖ ଶନିବାର ରାତି ଗୋଟାଏ ବେଳେ ଶରତକୁ ମଦ ପିଇବାକୁ ଡାକି ଅପହରଣ କରିନେଇଥିଲେ ଇମାମୁଦିନ। ୧୯ ତାରିଖରେ ପୁଅ ନିଖୋଜ ର ଏତେଲା ପରିବାର ପକ୍ଷରୁ ପାରାଦ୍ବୀପ ଥାନାରେ ଦିଆଯାଇ ଥିଲା। ୪ ଦିନ ପରେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ୧୯ ତାରିଖରେ ଏତେଲା ପାଇବାପରେ ପୋଲିସ ଚଳାଇଥିଲା ତନାଘନା । ୧୮ ତାରିଖ ରାତି ୧ ଟା ରେ ଇମାମୁଦିନ ର ଫୋନ କଲ ପରେ ସୁଇଚ୍ ଅଫ ଥିଲା ଶରତଙ୍କର ଫୋନ। ସନ୍ଦେହରେ ତାକୁ ଥାନାକୁ ଆଣି ପଚାରିବା ପରେ ସବୁ କିଛି ମାନିଯାଇଥିଲା ଇମାମୁଦିନ। ପ୍ରତିଶୋଧ ନେବାପାଇଁ କିପରି ଥିଲା ବ୍ଲୁ ପ୍ରିଣ୍ଟ।ଶରତକୁ ଅତ୍ୟଧିକ ମଦ ପିଆଇ ନିଜେ ପିଇଥିଲା କମ୍ ମଦ। ନିଶାରେ ଚୁର୍ ହେବାପରେ ନିଜେ ଚଲାଉଥିବା ଇନୋଭା ଗାଡିରେ ଶରତ ର ଗୋଡ ହାତ କୁ ବାନ୍ଧି ଦେଇଥିଲା ଇମାମୁଦିନ। ତାକୁ ସେହି ଅବସ୍ଥାରେ ପାରାଦ୍ବୀପ ରୁ କଟକ ପରେ ଚୌଦ୍ଵାର ନେଇ ଏକ ପରିତ୍ୟକ୍ତ ପୋଖରୀ କୂଳରେ ପଥର ଦ୍ୱାରା ଶରତର ମୁଣ୍ଡ କୁ ଛେଚି ହତ୍ୟା କରିବା ପରେ ସେହି ଦଳ ପୋଖରୀରେ ପୋତି ଚାଲି ଆସିଥିଲା ଇମାମୁଦିନ। ପୋଲିସ ତାର ବୟାନ ଅନୁଯାୟୀ ଶବ ଜବତ କରିବା ସହିତ ଏଥିରେ ବ୍ୟବହୃତ ଗାଡି ଓ ମୋବାଇଲ୍ କୁ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଦଫା ଟଝ ୩୬୪/୩୦୨/୨୦୧ ଓଚଉ ଅନୁଯାୟୀ ଆସାମୀକୁ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ଏବଂ ଯେଉଁ ମହିଳାଙ୍କୁ ନେଇ ଏଭଳି ଘଟଣା ଘଟିଛି ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ଦେଇଛି ପୋଲିସ।
previous post