ଅପରାଧ

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଧିନ ଆପନମାଲା ଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସାମାନ୍ୟ ଯୁକ୍ତିତର୍କକୁ ନେଇ ହତ୍ୟାକାଣ୍ଡ ଘଟିଛି । ତେବେ କେହି ଦୁର୍ବୃତ୍ତ ନୁହେଁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଛୁରୀ ଭୁସି ମାରିଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରମା ଏକ ଛୁରୀରେ ଆନ୍ତଙ୍କ ଛାତିକୁ ଛୁରିରେ ଭୁସି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଆନ୍ତୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବାଲିମେଳା ପୋଲିସ ଗାଁରେ ପହଞ୍ଚିଥିଲା । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଚନ୍ଦ୍ରମାଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି ।

Related posts

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

mahabharatanews