ଖେଳ

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

ଢାକା: ଚଳିତ ଏସିଆ କପ ଗ୍ରୁପ ପର୍ଯ୍ୟାୟରୁ ବାଂଲାଦେଶ ବିଦା ହେବା ପରେ ଏହାର ଓି୍ୱକେଟ ରକ୍ଷକ ମୁସଫିକର ରହିମ ରବିବାର ଟି-୨୦ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ବିଶେଷ କରି ଦିନିକିଆ ଆନ୍ତର୍ଜାତିକ ଏବଂ ଟେଷ୍ଟ ମ୍ୟାଚ ଉପରେ ଧ୍ୟାନ କ୍ରେନ୍ଦିତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ମୁସଫିକର ନିଜ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି। ତେବେ ସୁଯୋଗ ମିଳିଳେ ଫ୍ରାଞ୍ଚାଇଜ ଭିତ୍ତିକ କ୍ରିକେଟ ଖେଳିବାର ଇଚ୍ଛା ଜାହିର କରିଛନ୍ତି। ଚଳିତ ଏସିଆ କପରେ ବାଂଲାଦେଶ ଦଳ ଗୋଟିଏ ବି ବିଜୟ ହାସଲ କରିପାରିନଥିଲା। ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ମୁସଫିକର ମଧ୍ୟ ଦୁଇଟି ମ୍ୟାଚରୁ ମାତ୍ର ୫ ରନ କରିବାକୁ ସମର୍ଥ ହୋଇଥିଲେ। ତେବେ ଏହି ଫର୍ମାଟରେ ସେ ଖେଳିଥିବା ଶେଷ ୧୦ ମ୍ୟାଚରୁ କେବଳ ୩ ଥର ଦୁଇ ଅଙ୍କ ସ୍କୋର ଛୁଇଁଥିଲେ। ବାଂଲାଦେଶ ପକ୍ଷରୁ ମୋଟ ୧୦୨ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବାବେଳେ ୧୧୫.୩ ଷ୍ଟ୍ରାଇକ ରେଟରେ ମୋଟ ୧୫୦୦ ରନ ସଂଗ୍ରହ କରିଛନ୍ତି।

Related posts

ବିନା ଦର୍ଶକଙ୍କରେ ଆୟୋଜନ ହୋଇପାରେ ଆଇପିଏଲ

mahabharatanews

ବି ଏସ ଏଫ ଓ ସିଆଇଏସଏଫ ତରଫରୁ ଅସ୍ତଶସ୍ତ୍ର ସହ ଡଗ ଶୋ

mahabharatanews

ଲକ୍ଷ୍ନୌକୁ ଜିତାଇଲେ ମୁକୁଲ

mahabharatanews