(ଆସାମ) : ଆସାମ କ୍ୟାବିନେଟ ଶୁକ୍ରବାର ଦିନ ରାଜ୍ୟରେ ରହୁଥିବା ମୁସଲମାନମାନଙ୍କ ଦ୍ୱାରା ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ସମ୍ବନ୍ଧୀୟ ୮୯ ବର୍ଷ ପୁରୁଣା ଆଇନକୁ ରଦ୍ଦ କରିଦେଇଛନ୍ତି । ଆସାମରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନକୁ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମାଙ୍କ ନେତୃତ୍ୱରେ କ୍ୟାବିନେଟ ଅନୁମୋଦନ କରିଛି । ଏହି ସୂଚନା ପ୍ରଦାନ କରି ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲା ବାରୁଆ କହିଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ଆସାମ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବ । ୧୯୩୫ ରଦ୍ଦ କରିବାକୁ ନିଷ୍ପତ୍ତି ନେଇ ଆଜି ଆମେ ସେହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ ।
ସୂଚନାନୁଯାୟୀ ,ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଲେଖିଛନ୍ତି ଯେ ‘ଫେବୃଆରୀ ୨୩ ରେ ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ବର୍ଷ ବର୍ଷ ପୁରୁଣା ଆସାମ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନକୁ ପ୍ରତ୍ୟାହାର କରିନେଇଛି । ଏହି ଆଇନରେ କିଛି ବ୍ୟବସ୍ଥା ଥିଲା ଯେ ଯଦିଓ କନ୍ୟା ଏବଂ ବର ବିବାହ ପାଇଁ ଆଇନଗତ ବୟସ ହୋଇନଥାନ୍ତେ ଯଥା ଝିଅମାନଙ୍କ ପାଇଁ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ, ବିବାହ ପଞ୍ଜିକୃତ ହୋଇପାରେ । ଆସାମରେ ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।