ଓଡିଶାରାଜନୀତି

ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ : ୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଅତାବିରା : ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ,ବରଗଡ ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଜୟୀ । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି ।

ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ଅତାବିରା ନିର୍ବାଚନମଣ୍ତଳୀରୁ ପ୍ରତିନିଧିତ୍ବ କରୁଥିବା ବିଧାୟିକା ସ୍ନେହା˚ଗିନୀ ଛୁରିଆ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ମହେନ୍ଦ୍ର ବଢ଼େଇ, ସାଧୁ ନେପାକ | ୧୨ଟିରୁ ଗୋଟିଏ ମାତ୍ର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ | ତେବେ ବିଜେଡିର ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ବିପୁଳ ବିଜୟ ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ ବ୍ୟାଙ୍କିତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ |

Related posts

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

mahabharatanews

 ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ  

mahabharatanews

ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର

mahabharatanews