ପ୍ରଯୁକ୍ତିଭାରତ

ସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀ

ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମୀ କଲାଇସେଲବୀଙ୍କୁ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା କେନ୍ଦ୍ର (ସିଏସଆଇଆର)ର ପ୍ରଥମ ମହିଳା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଦେଶର ୩୮ଟି ଗବେଷଣା କେନ୍ଦ୍ରର ନେତୃତ୍ୱ ନେଉଥିବା ସିଏସଆଇଆର ପରିଚାଳନା ଦାୟିତ୍ୱ ଜଣେ ମହିଳା ନେବା ଯାଉଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ଜଣେ ମହିଳା ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି। ଶ୍ରୀମତୀ କାଲାଇସେଲବୀ ଲିଥିୟମ୍ ଓ ବ୍ୟାଟେରୀ ଉପରେ ଗବେଷଣା ଉପରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସିଏସଆଇଆର ତାମିଲନାଡୁର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଶଙ୍କର ମାଣ୍ଡେ ସିଏସଆଇଆର ନିର୍ଦ୍ଦେଶକ ପଦରୁ ଏପ୍ରିଲ ମାସରୁ ଅବସର ନେଇସାରିଥିଲେ। ତାଙ୍କ ସ୍ଥାନରେ ଜୈବ ମନ୍ତ୍ରଣାଳୟର ସଚିବ ରାଜେଶ ଗୋଖଲେଙ୍କୁ ସିଏସଆଇଆରର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା। ଶ୍ରୀମତୀ କଲାଇସେଲବୀ ଆସନ୍ତା ଦୁଇ ବର୍ଷ ଲାଗି ଏହି ପଦବୀରେ କାର୍ଯ୍ୟ କରିବେ। ସେ ଫେବୃଆରୀ ୨୦୧୯ରେ କେନ୍ଦ୍ରୀୟ ଇଲେକ୍ଟ୍ରୋକେମିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ମହିଳା ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ। ସିଏସଆଇଆର ଅନୁଷ୍ଠାନରୁ ଏଣ୍ଟ୍ରି ସ୍ତରୀୟ ବୈଜ୍ଞାନିକ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

Related posts

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ନୀତି ଆୟୋଗ ବୈଠକ

mahabharatanews

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

mahabharatanews

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

mahabharatanews