ପୁଣା: ଚାଷୀମାନେ ଭିକାରୀ ନୁହଁନ୍ତି ଓ ସେମାନେ ଆବେଗିକ ସହଯୋଗ ସହ ଆର୍ଥିକ ସହଯୋଗ ଚାହାଁନ୍ତି, ଯାହା ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାକୁ କମ କରିବ ବୋଲି ବଲିଉଡ କଳାକାର ନାନା ପାଟେକର ଗୁରୁବାର କହିଛନ୍ତି । ସେ ଆହୁରି କହିଛନ୍ତି ଯଦି ରାଜନୈତିକ ନେତାମାନେ ଚାଷୀଙ୍କୁ ଅର୍ଥ ନ ଦେବେ ତେବେ ଠିକ ଅଛି । ସେମାନେ ଋଣ ଛାଡ ଚାହୁଁନାହାନ୍ତି, କିନ୍ତୁ ସେମାନେ ଆବେଗିକ ସହଯୋଗ ଓ ପ୍ରୋତ୍ସାହନ ଚାହୁଁଛନ୍ତି । ଆମକୁ ସେମାନଙ୍କ ସହ କଥା ହେବାର ଅଛି । ଚାଷୀମାନେ ଭୀକାରି ନୁହଁନ୍ତି ବୋଲି ଚିଞ୍ଚୱାଡ ସହରରେ ଅନୁଷ୍ଠିତ ଏକ ସଭାକୁ ଉଦ୍ବୋଧଦେଇ ନାନା ଏହା କହିଛନ୍ତି ।
ନାନା ପାଟେକର ପନିପରିବାର ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଲୋକଙ୍କୁ ପରିବା ବିକାଳିଙ୍କ ସହ ମୂଲଚାଲ ନ କରିବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ଜିନିଷର ଏକ ନିର୍ଦ୍ଧାରିତ ମୂଲ୍ୟ ରହିଛି । କିନ୍ତୁ ଆମ ଟମାଟୋ ଓ ଆଳୁର କୌଣସି ମୂଲ୍ୟ ନାହିଁ । ଆପମାନଙ୍କର ପାରିଶ୍ରମିକ ନିର୍ଦ୍ଧାରିତ, କାରର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ । କିନ୍ତୁ ପନିପରିବା ପରି ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ନିର୍ଦ୍ଧାରିତ ମୂଲ୍ୟ ନାହିଁ । ତେବେ ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି, ପନିପରିବା ବିକାଳିଙ୍କ ସହ ଏହାର ମୂଲ୍ୟକୁ ନେଇ ମୂଲଚାଲ କରନ୍ତୁ ନାହିଁ । ଆମକୁ ଚାଷୀଙ୍କ ସମସ୍ୟା ବୁଝିବା ଦରକାର ବୋଲି ସେ ଜନତାଙ୍କୁ ଅନୁରୋଧ କରିଥିଲେ ।
previous post
next post