Uncategorized

ନାସା ପୂର୍ବରୁ ‘ବିକ୍ରମ’କୁ ଇସ୍ରୋ ଖୋଜି ପାଇଥିଲା: କେ ଶିବନ

(ମହାଭାରତ/ନୂଆଦିଲ୍ଲୀ): ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ନାସାର ଏଲଆରଓ ପୂର୍ବରୁ ଚନ୍ଦ୍ରଯାନ-୨ର ଅର୍ବିଟର ପାଇ ସାରିଥିଲା ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି, ଇସ୍ରୋ ୱେବସାଇଟରେ ଏ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲୁ । ଗତ ସେପ୍ଟେମ୍ବର ୧୦ ତାରିଖରେ ୱେବସାଇଟରେ ଏହା ଅପଡେଟ ହୋଇଥିଲା । ଯେଉଁଥିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ମିଳିସାରିଛି ବୋଲି ଉଲ୍ଲେଖ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଉଦ୍ୟମ ଜାରି ରହିଥିଲେ ମଧ୍ୟ ତାହା ସହିତ ବର୍ତ୍ତମାନ ସୁଦ୍ଧା ସମ୍ପର୍କ ସ୍ଥାପନ ହୋଇପାରିନାହିଁ । ସୂଚନାଯୋଗ୍ୟ, ନାସା ଗତ ମଙ୍ଗଳବାର ସକାଳେ ନିଜ ଲୁନାର ରିକନସେନ୍ସ ଅର୍ବିଟର (ଏଲଆରଓ)ରୁ ନିଆଯାଇଥିବା ଏକ ଫଟୋ ଜାରି କରିଥିଲା । ଚନ୍ଦ୍ରପୃଷ୍ଠରେ ବିକ୍ରମ ଯେଉଁ ସ୍ଥାନରେ ଲ୍ୟାଣ୍ଡିଂ କରିଥିଲା ସେଠାରୁ ୭୫୦ ମିଟର ଦୂରରେ ତାର ଭଗ୍ନାବଶେଷ ପଡିରହିଥିବା ନାସା ପକ୍ଷରୁ କୁହାଯାଇଥିଲା ।

Related posts

ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ପରଲୋକ

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews

କରୋନା ଚିକିତ୍ସା: ‘ରେମ୍‌ଡିୱିର୍‌’କୁ ଆମେରିକା ଦେଲା ଅନୁମତି

mahabharatanews