Uncategorized

ଫେବୃଆରୀ ୨୫ ଯାଏ ଅଯୋଧ୍ୟାରେ ୧୪୪ ଧାରା ଜାରି

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ଉତ୍ତରପ୍ରଦେଶରେ ବିଭିନ୍ନ ଅଞ୍ଚଳରେ ସିଏଏ ବିରୋଧୀ ବିକ୍ଷୋଭ ହିଂସାତ୍ମକ ମୋଡ ନେଇଥିବାରୁ ୧୪୪ ଧାରା ଜାରି ହୋଇଥିଲା । କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଆଗୁଆ ସତର୍କତା ଅବଲମ୍ବନ କରି ଏହି ଧାରା ଜାରି କରାଯାଇଛି । ତେବେ ଆସନ୍ତାବର୍ଷ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ଶନିବାର ସୂଚନା ଦେଇଥିଲେ । ତେବେ ଆସନ୍ତା ଜାନୁଆରିରେ ମକର ମେଳା ଥିବାରୁ ଏହି ସମୟରେ ଧାରା ୧୪୪କୁ ହଟାଇ ଦିଆଯିବ । ସରଜୁ ନଦୀରେ ପବିତ୍ର ବୁଡ ପକାଇବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମାଗମ ହେବ । ଏହି ସମୟରେ ଆନ୍ଦୋଳନ ପାଇଁ କାହାକୁ ଅନୁମତି ଦିଆଯିବନି ବୋଲି ଜଣାଯାଇଛି ।

Related posts

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ବାସ୍ତୁ ତ୍ରୁଟି ଦୂର କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ

mahabharatanews

ଏଲଜିଙ୍କ ନିର୍ଦ୍ଦେଶ ପାଳନ କରାଯିବ: କେଜରିୱାଲ

mahabharatanews